jsm

ବିଜ୍ଞାନ ସାହିତ୍ୟ ପରିଷଦର କାର୍ଯ୍ୟକାରିଣୀ ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜ୍ଞାନ ସାହିତ୍ୟ ପରିଷଦର ଏକ କାର୍ଯ୍ୟକାରିଣୀ ବୈଠକ ସଭାପତି ଡ. ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱରେ କ୍ଲବପଡା ସ୍ଥିତ ଅଚ୍ୟୁତାନନ୍ଦ ଉଦ୍‌ଗାତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ କିଛି ଦିନ ହେଲା ପୀଡିତ ଥିବା ଶ୍ରୀ ଉଦ୍‌ଗାତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ସମ୍ପାଦକ ରାଜେନ୍ଦ୍ର କୁମାର ଶର୍ମା ବିଗତ ବୈଠକର ବିବରଣୀ ପାଠ କରିଥିଲେ । ଏହି ଅବସରରେ ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞାନ ପତ୍ରିକା ‘ବିଜ୍ଞାନ ମଧୂପ’ର ମଇ ଜୁନ ସଂଖ୍ୟା ଉନ୍ମୋଚିତ ହୋଇଥିଲା । ଉକ୍ତ ସଭାରେ ଉପସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ଡ. ଗୋଦାବରିଶ ରଥ, ବାସନ୍ତୀ ସାହୁ, ଚିତ୍ତ ରଂଜନ ପଟେଲ, ସନାତନ ଠାକୁର, ଜତିନ୍ଦ୍ର ମୋହନ ପାଠି, ଡ. ବି.ଏନ୍‌. ଶ୍ରୀକାନ୍ତ, ଡ. ଜଗଜିତ କାମିଲା ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ବ୍ୟକ୍ତ କରିଥିଲେ । ଆଗାମୀ ଜୁଲାଇ ଅଗଷ୍ଟ ଏବଂ ସେପ୍ଟେମ୍ବର ଅକ୍ଟୋବର ପତ୍ରିକାର ଶୀଘ୍ର ପ୍ରକାଶନ ପାଇଁ ସ୍ଥିରକୃତ ହୋଇଥିଲା । ଶେଷରେ ସଂପାଦକ ରାଜେନ୍ଦ୍ର କୁମାର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.