oom

ହଳଦିଆ ତେଲି ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ଓ ଛତିଶଗଡ ହଳଦିଆ ତେଲି ସମାଜ ତରଫରୁ ବରଗଡ ଜିଲ୍ଲା ପୁଞ୍ଜିପଥରଠାରେ ଖୁବ ଯାକ ଯମକରେ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ସମାପନ ହୋଇଯାଇଛି । ଏହି ଶାଶ୍ୱତ ମହାସମାରୋହରେ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମନ୍ତ୍ରୀ ରିତା ସାହୁ ମୁଖ୍ୟ ଅତିଥି ଭାବେ ଓ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ ସମ୍ମାନିତ ଅତିଥି ଓ ବିଡିଓ ସାହୁ ମୁଖ୍ୟବକ୍ତା ଭାବେ ଭାବେ ଯୋଗ ଦେଇ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଚଣ୍ଡୀ ସମଲେଇ ମନ୍ଦିରର ଶୁଭ ଉଦ୍‌ଘାଟନ କରିଥିଲେ । ତେଲି ସମାଜର ବରିଷ୍ଠ ବ୍ୟକ୍ତିତ୍ୱ ଥବୀର ସାହୁ ସଭାପତିତ୍ୱ କରିଥିବା ବେଳେ ବିଜେପୁର ବ୍ଲକ ଚେୟାର ମେନ, ତେଲି ସମାଜ ପକ୍ଷରୁ ଭରତ ଚନ୍ଦ୍ର ସାହୁ ଓ ପ୍ରତ୍ୟେକ ମଣ୍ଡଳର ସଭାପତି ଗଣ ମଞ୍ଚାସୀନ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଶ୍ୱନୀ କୁମାର ସାହୁଙ୍କୁ ସାହାସିକତା, ଆରତୀ ସାହୁଙ୍କୁ ଉଦଘୋଷିକା, ବିଡ଼ିଓ ସାହୁଙ୍କୁ ପରିବେଶ, ଚିନ୍ତାମଣି ସାହୁଙ୍କୁ କଣ୍ଠଶିଳ୍ପୀ, ପବିତ୍ର ସାହୁଙ୍କୁ ଯୁବ କବି, ରାହାସ ସାହୁଙ୍କୁ ତୈଳିକ ସଂସ୍କାର ଓ ରାଜକୁମାର ସାହୁଙ୍କୁ ପ୍ରସିଦ୍ଧ ନାଟ୍ୟକାର ନିର୍ଦ୍ଧେଶକ ଭାବେ ସମ୍ମାନିତ କରାଯାଇଥିଲା । ସମାଜର କୁନି କଳାକାମାନେ ଓ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣାର କଳାକାର ମାନେ ନୃତ୍ୟ କରିଥିଲେ ଓ ସମାଜର ମେଧାବୀ ଛାତ୍ରଛାତ୍ରୀ ଓ କଳା ପ୍ରତିଭାବାନ ଯୁବଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାୟ ସାତ ହଜାର ଲୋକଙ୍କ ସମାବେଶ ଏହି ନିଆରା ତଥା ଭାବପୂର୍ଣ୍ଣ ସଭାକୁ ନାଟ୍ୟକାର ରାଜକୁମାର ସାହୁ ଓ ଆରତୀ ସାହୁ ସୁନ୍ଦର ଭାବରେ ସଭା ପରିଚାଳନା କରିଥିବା ବେଳେ ଅରୁଣ ସାହୁ, ସୌରୀ ସାହୁ, କ୍ଷୀରୋଦ୍ର ସାହୁ, ସୁଦାମ ସାହୁ, ଅର୍ଜୁନ ସାହୁ, ଧନଞ୍ଜୟ ସାହୁ, ପଦ୍ମଲୋଚନ ସାହୁ, ଭୁବନେଶ୍ୱର ସାହୁ, ଆଲ୍ଲାଦ ସାହୁ, ସଦାନନ୍ଦ ସାହୁ, ଜଗନ୍ନାଥ ସାହୁ, ଘନଶ୍ୟାମ ସାହୁ, ମୁକେଶ ସାହୁ, ଦଶରଥ ସାହୁ, ଅଶ୍ୱିନୀ ସାହୁ, ମାଝୀପାଲି ଗ୍ରାମବାସୀ, ଭାଟିଗାଁ ଗ୍ରାମବାସୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.