pakka

ଗୌଡଗୋଠରେ ସଞ୍ଚସ୍ତରୀୟ ଖେଳକୁଦ କାର୍ଯ୍ୟକ୍ରମ ଉଦ୍‌ଯାପିତ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌଡଗୋଠ ହାଇସ୍କୁଲ ପଡିଆରେ ଏକଲ ଅଭିଯାନ ଓ ଅଭ୍ୟୁଦୟ ୟୁଥ୍ କ୍ଲବ ଆନୁକୂଲ୍ୟରେ ସଞ୍ଚସ୍ତରୀୟ ଖେଳକୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଟଙ୍କଧର ବେରିଆ, ରବୀନ୍ଦ୍ର ରଣା ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୫୦, ୧୦୦, ୨୦୦ମିଟରର ଦୌଡ ପ୍ରତିଯୋଗିତା, ଲମ୍ବ ଡିଆଁ, ଉଚ୍ଚ ଡିଆଁ ପ୍ରତିଯୋଗିତା କରାଯାଇଥିଲା । ବାଳକମାନଙ୍କ ମଧ୍ୟରେ କବାଡି, କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବଡବାହାଲ ହାଇସ୍କୁଲର ଖେଳ ଶିକ୍ଷକ ବିକାଶ ରଣା ଓ ଗୌଡଗୋଠ ହାଇସ୍କୁଲ ଖେଳ ଶିକ୍ଷକ ଜିତେନ୍ଦ୍ର ସାହୁ ଖେଳ ପରିଚାଳନା କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଗୌଡଗୋଠ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଞ୍ଜିତା ସାହୁ, ଗୌଡଗୋଠ ହାଇସ୍କୁଲ ହିନ୍ଦୀ ଶିକ୍ଷକ ନବ ସାହୁ, ବିକାଶ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଦେଓଗାଁ ବ୍ଲକ ଏକଲ ସମିତି ସଭାପତି ପାଲେଶ୍ଵର ବାଗ, ସଂପାଦକ ରାଜେଶ ନାଏକ, କୋଷାଧ୍ୟକ୍ଷ ରୋହିତ ବାରିକ, ଉପସ୍ଥିତ ଥିଲେ । ଅଞ୍ଚଳ ସ୍ଵରାଜ ପ୍ରମୁଖ ଚୈତନ୍ୟ ଭୋଇ ସଭା ପରିଚାଳନା କରିଥିବା ବେଳେ ସଞ୍ଚ ପ୍ରତିନିଧି ଦେବାଧି ରଣା ଧନ୍ୟବାଦ ଅର୍ପଣ କରିଥିଲେ । କୁନ୍ଦରୁ ରଣା, ସୁରଥ ବାଗ, ଦିଲିପ ସାହୁ, ବାଞ୍ଛାନିଧି ରଣା, ଅଭିଳାଷ ରଣା ସହଯୋଗ କରିଥିଲେ ।

Leave A Reply

Your email address will not be published.

6 + 3 =