jsm

ସନଦାଦର ବିଦ୍ୟାଳୟରେ ପୋଷଣ ମାସ ଶୋଭାଯାତ୍ରା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ମାର୍ଗଦର୍ଶନରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ପୋଷଣ ମାସ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହି କ୍ରମରେ ବୈତାଳି କ୍ଲଷ୍ଟର ଅନ୍ତର୍ଗତ ସନଦାଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷଣ ମାସ କାର୍ଯ୍ୟକ୍ରମ ମଧ୍ୟରେ ପୋଷଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ତ୍ତିକରାମ ନାୟକଙ୍କ ନେତୃତ୍ୱରେ ବିଦ୍ୟାଳୟର ସହ ଶିକ୍ଷକ ବାଳମକୁନ୍ଦ ବାରିକ, ଗାୟତ୍ରୀ ସେଠ ଏବଂ ଅଶୋକ ବେହେରା ପ୍ରମୁଖ ଗ୍ରାମରେ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଲୋକଙ୍କ ମଧ୍ୟରେ ଉତ୍ତମ ପୋଷଣର ଆବଶ୍ୟକତା ବାବଦରେ ସଚେତନତା ସୃଷ୍ଟି କରିବା । କିଛି ପନିପରିବାକୁ ଧରି ପିଲାମାନେ ଗାଁ ପରିକ୍ରମା କରିଥିଲେ । ଏଥିରେ ବିଦ୍ୟାଳୟ କ୍ୟାବିନେଟର ମନ୍ତ୍ରୀମଣ୍ଡଳ ସହ ଇକୋ କ୍ଲବର ସଦସ୍ୟ ସଦସ୍ୟାମାନେ ଥାଇ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିଥିଲେ । ଶିକ୍ଷକ ତଥା ଛାତ୍ରଛାତ୍ରୀ ମାନଙ୍କ ଏହି କାର୍ଯ୍ୟକୁ ଗ୍ରାମବାସୀ ଉଚ୍ଚ ପ୍ରଶଂସା କରିଥିଲେ ।

yuvodaya
Leave A Reply

Your email address will not be published.