pakka

ସତୀଭଟା ହାଇସ୍କୁଲର ଛାତ୍ରୀ କଲ୍ୟାଣୀ ସାହୁ ଜାତୀୟ ସ୍ତରରେ ପୁରସ୍କୃତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସତୀଭଟା ଉଚ୍ଚ ବିଦ୍ୟାଳୟର ଛାତ୍ରୀ କଲ୍ୟାଣୀ ସାହୁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ଦିଲ୍ଲୀ ପ୍ରଗତି ମୈଦାନ ବିଜ୍ଞାନ ଭବନରେ ଅନୁଷ୍ଠିତ ଇନ୍ସପାଏର ଆୱାର୍ଡ ପ୍ରତିଯୋଗିତାରେ ସତୀଭଟା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଧନଞ୍ଜୟ ସାହୁଙ୍କ ପରିକଳ୍ପିତ ହାଇଟେକ ବେଡ ପ୍ରଦର୍ଶନ କରି ଛାତ୍ରୀ କଲ୍ୟାଣୀ ସାହୁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ସୂଚନା ଅନୁସାରେ ଉକ୍ତ ଉଚ୍ଚ ବିଦ୍ୟାଳୟର ତତ୍‌କାଳୀନ ବିଜ୍ଞାନ ଶିକ୍ଷକ ଧନଞ୍ଜୟ ସାହୁ ଏକ ହାଇଟେକ ବେଡ ପରିକଳ୍ପନା କରିଥିଲେ । ବେଡରେ ରୋଗୀ କିମ୍ବା ବୃଦ୍ଧବୃଦ୍ଧା ସେନସର ଜରିଆରେ ବେଡରୁ ନ ଉଠି ଝାଡା ପରିସ୍ରା କରି ପାରିବେ, ଖାଦ୍ୟ ପାନୀୟ ଥାଳ ଉପଯୁକ୍ତ ସ୍ଥାନରେ ରହି ପାରିବ, ବେଡର ଯେ କୌଣସି ଅଙ୍ଗକୁ ତଳ ଉପର ଓ ଅନ୍ୟାନ୍ୟ ବହୁତ ସୁବିଧା ରହିଛି । ପ୍ରକଳ୍ପକୁ ଗାଇଡ କରି ସେ ହଠାତ୍‌ ମୃତ୍ୟୁବରଣ କରିଥିଲେ । ହାଇଟେକ ବେଡ ପ୍ରତି ଜିଲ୍ଲା ବିଜ୍ଞାନ ପରିଦର୍ଶକ ମନୋଜ ସାହୁଙ୍କ ଦୃଷ୍ଟି ଗୋଚର ହୋଇଥିଲା । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୧୩ରୁ ୧୬ ତାରିଖ ଦିଲ୍ଲୀ ପ୍ରଗତି ମୈଦାନ ବିଜ୍ଞାନ ଭବନରେ ଅନୁଷ୍ଠିତ ଇନ୍ସପାଏର ଆୱାର୍ଡ ପ୍ରତିଯୋଗିତାରେ ସ୍ଥାନୀତ ହୋଇଥିଲା । ବିଚାରକ ମଣ୍ତଳୀ ଏହି ପ୍ରକଳ୍ପକୁ ଦ୍ୱିତୀୟ ପୁରସ୍କାର ଦେଇଥିଲେ । ଆଗାମୀ ସେପ୍ଟେମ୍ବରରେ ଜାପାନଠାରେ ଆନ୍ତର୍ଜାତିକ ସେମିନାରରେ ପୁଣି ପ୍ରଦର୍ଶୀତ ହେବ । ଧନଞ୍ଜୟ ସାହୁଙ୍କ ପରିକଳ୍ପନା ଜାତୀୟରୁ ଆନ୍ତର୍ଜାତୀକ ସ୍ତରରେ ସ୍ଥାନୀତ ହୋଇଥିବାରୁ ପରିବାରବର୍ଗ ଓ ସତୀଭଟା ଅଂଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

4 + 6 =