oom

୮୪ ଘର ଅଘରିଆ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌- ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ବଲାଙ୍ଗିର ଠାରେ ୮୪ ଘର ଅଘରିଆ ସମାଜ ତରଫରୁ ଆୟୋଜିତ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ହଜାର ହଜାର ଜାତିଭାଇଙ୍କ ଗହଣରେ ସମ୍ପନ୍ନ ହୋଇଯାଇଛି । ସକାଳ ୮ଘ. ସମୟରେ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ, ମା’ ସମଲେଶ୍ୱରୀ, ବୀଣାପାଣି ଓ ବିଦୂର ମହାରାଜାଙ୍କ ଠାରେ ପୂଜାର୍ଚ୍ଚନା ପରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବୈଷୟିକ ପରାମର୍ଶଦାତା ସୁନିଲ ନାଏକଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ଓ ପତାକା ଉତ୍ତୋଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କ ଆବାହକତ୍ୱରେ ଓ ସଭାପତି ହରିଶଙ୍କର ସାଏଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ବକ୍ତା ଭାବେ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାଏକ ଓ ସମ୍ମାନିତ ଅତିଥି ଭାବେ ମାନ୍‌ଧାତା ସାଏ, ଉପଦୁର୍ଗପତି ଝାରସୁଗୁଡା ବାଟାଲିଅନ ଯୋଗ ଦେଇ ସମାଜ ପାଇଁ ଆତ୍ମୋତ୍ସର୍ଗ ଓ ବଳିଦାନ ଦେଇ ସମାଜ ସଂସ୍କାର ଆଣିବାକୁ ଆହ୍ୱାନ ଦେଇ ଅନ୍ୟ ଜାତି ବିବାହ ପ୍ରଥାକୁ ରୋକିବା ପାଇଁ ସମାଜ ପଦକ୍ଷେପ ନେଇ ବାରଣ କରିବାକୁ ଅନୁରୋଧ କରିଥିଲେ । ଉପସଭାପତି ଷଡାନନ ରାଉତ ମଂଚାସୀନ ଥିବା ବେଳେ ଜୟକୃଷ୍ଣ ନାଏକ ଧନ୍ୟବାଦ ଦେଇଥିଲେ । ସଭାରେ ମରଣୋତ୍ତର କଳାକାର ଓ ସମାଜ ସଂସ୍କାରକ ଭାବେ ସ୍ୱର୍ଗତ ଭକ୍ତବନ୍ଧୁ ନାଏକ ଉଲବା ନିବାସୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ତାଙ୍କ ସ୍ତ୍ରୀ ଦମୟନ୍ତୀ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ କଳାକାର ଭାବେ ସମାଜ ତରଫରୁ ଡା. ରୁଦ୍ର ନାରାୟଣ ପଟେଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପରେ ପରେ ଲିଲି ପଟେଲ, ଶ୍ରୀକାନ୍ତ ପଟେଲ ଓ ବଂଶୀଧର ନାଏକଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଭିନ୍ନ ବିଭାଗର ମୁଖ୍ୟ ଭାବେ ଭକ୍ତ ନାଏକ (ସାଂସ୍କୃତିକ), ନୀଳମଣି ପଟେଲ (ଖାଦ୍ୟ), ଭକ୍ତବନ୍ଧୁ ପଟେଲ (ଜଳଯୋଗାଣ), ରାଜ କିଶୋର ନାଏକ, ଶୁଭ୍ରାଂଶୁ ପଟେଲ, ରାଜ କୁମାର ପଟେଲ, ଜଗବନ୍ଧୁ ପଟେଲ, ଦ୍ୱାରିକାନାଥ ପଟେଲ, ଦାମୋଦର ପଟେଲ, ଯୁବରାଜ ପଟେଲ, ବୃନ୍ଦାବନ ନାଏକଙ୍କ ସମେତ ୧୮ ଗୁଡି ସଭାପତି, ୪ ମଣ୍ଡଳ ସଭାପତି, ଗୋଳାବାରୁଦ କାରଖାନା, ଶିକ୍ଷକ ଓ ପୋଲିସ ବିଭାଗର କାର୍ଯ୍ୟରତ କର୍ମଚାରୀ, କୃଷକ ଓ ସରକାରୀ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଆଡମ୍ବର ସହ ସମ୍ପନ୍ନ ହୋଇଥିଲା ।

jittmm
Leave A Reply

Your email address will not be published.