oom

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ବିଶ୍ୱକର୍ମା ପୂଜା ଆୟାଜିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ସ୍ଥାନୀୟ ଶାନ୍ତିପଡା ସିଆର୍‌ପିଏଫ୍‌ ମୁଖ୍ୟାଳୟଠାରେ ଏକ ବିଶାଳ ବିଶ୍ୱକର୍ମା ପୂଜା ଆୟୋଜିତ ହୋଇଯାଇଛି । ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳନ କରାଯାଏ । ନିର୍ମାଣ ଏବଂ ସ୍ଥାପତ୍ୟର ଦେବତା ଭଗବାନ ବିଶ୍ୱକର୍ମାଙ୍କୁ ଏହି ପବିତ୍ର ପର୍ବରେ ପୂଜା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଉପସ୍ଥିତ ସ୍ଥାନୀୟ ଭକ୍ତମାନଙ୍କୁ କମାଣ୍ଡାଣ୍ଟ ପୱନ କୁମାର ତିୱାରୀ ସ୍ୱାଗତ କରିଥିଲେ । ସିଆର୍‌ପିଏଫ୍‌ କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ଭକ୍ତମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜାରେ ଭଜନ କୀର୍ତ୍ତନ ପ୍ରଦର୍ଶନ କରିଥିଲେ । ଏହା ପରେ ପ୍ରସାଦ ବଣ୍ଟନ କରାଯାଇଥିଲା ଏବଂ ଭୋଜିରେ ବିଭିନ୍ନ ଖାଦ୍ୟ ପରିବେଷଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ ପୱନ କୁମାର ତିୱାରୀ, ତାଙ୍କ ପତ୍ନୀ ଶ୍ରୀମତୀ ଶ୍ୱେତା ତିୱାରୀ, ପୀିବାସ ପଣ୍ଡା ଦ୍ୱିତୀୟ କମାଣ୍ଡାଣ୍ଟ ଅଫିସର, ସୟଦ ମୁଜିଭ ଅଲି ଡେପୁଟି କମାଣ୍ଡାଣ୍ଟ, ଶ୍ରୀମତୀ ନୀନା ଶର୍ମା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ସୁଭେଦର ମେଜର ବଳରାମ ପାଟ୍ରା, ଇନ୍ସପେକ୍ଟର ଏନ ଶ୍ୟାମ ସିଂ, ସିଆର୍‌ପିଏଫ୍‌ ପରିବାର ସଦସ୍ୟ ଏବଂ ଭଗବାନ ବିଶ୍ୱକର୍ମାଙ୍କ ଭକ୍ତ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.