ମୂଲ୍ୟବୋଧ, ଆଧ୍ୟାତ୍ମିକବୋଧ ଓ ଶିକ୍ଷା ଉପରେ କର୍ମଶାଳା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସେମିନାଲ ହଲ୍‌ ଠାରେ ଏଇକ୍ୟୁଏସି ଓ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଖଡ଼ିଆଳର ମିଳିତ ଆନୁକୂଲ୍ୟରେ ମୂଲ୍ୟବୋଧ, ଆଧ୍ୟାତ୍ମିକବୋଧ ଓ ଶିକ୍ଷା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କଲେଜର ଅଧ୍ୟକ୍ଷ ଡ଼. ତରୁଣ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଡ଼. ପଦ୍ମଲୋଚନ ବର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜଯୋଗୀ ସୁଶାନ୍ତ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଆଧୁନିକ ଶିକ୍ଷାର ମୂଲ୍ୟବୋଧ ଓ ଆଧ୍ୟାତ୍ମିକତାର ଉପଯୋଗ ଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ଭାବରେ ଆଧ୍ୟାତ୍ମିକ କେନ୍ଦ୍ର ମାଉଣ୍ଟଆବୁର ରାଜଯୋଗୀ ବୀରେନ୍ଦ୍ର ବ୍ରହ୍ମ କୁମାର ଛାତ୍ରଛାତ୍ରୀ କିପରି ଚାପ ମୁକ୍ତ, ଭୟ ମୁକ୍ତ ଜୀବନଯାପନ କରିବେ ତଥା ରାଜଯୋଗର ଉପାଦେୟତା ଉପରେ ବକ୍ତବ୍ୟ ରଖିଥିଲେ । ଶେଷରେ ରାଜଯୋଗିଣୀ ବ୍ରହ୍ମକୁମାରୀ ସୂର୍ଯ୍ୟକାନ୍ତି ଆଧ୍ୟାତ୍ମିକ ମୂଲ୍ୟବୋଧ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜଯୋଗୀ ସୁନ୍ଦରଲାଲ, ରାଜଯୋଗିଣୀ ପିଙ୍କି, ପ୍ରାଧ୍ୟାପକ ଚନ୍ଦ୍ର ଶେଖର ଚନ୍ଦ୍ରକାର ପ୍ରମୁଖ ସେମିନାଲର ଶିକ୍ଷା ପାଇଁ ମୂଲ୍ୟବୋଧ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଆଇକ୍ୟୁଏସି, ସଂଯୋଜକ ଚିତ୍ତରଞ୍ଜନ ଜେନା, ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅଧ୍ୟାପକ ରାଜକୁମାର ରତେ, ଗୁଣବନ୍ତ ସାହୁ, ଅଧ୍ୟାପିକା ସନ୍ତୋଷୀ ଶର୍ମା, ଧ୍ରୁବ ପତ୍ରଙ୍କ ସମେତ କଲେଜର କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.