jsm

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ୱାଦଶ ଦିବସ

csstore
  • ସାଇଟ ସ୍ପୋର୍ଟ୍ସ ସୋସାଇଟି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ସୁପର ନକ ଆଉଟ ଖେଳ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ସାଇଟ ସ୍ପୋର୍ଟ୍ସ ସୋସାଇଟି ୬-୦ ଗୋଲରେ ଧଣ୍ଡାମୁଣ୍ଡାକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଛି । କ୍ରୀଡା ସଂସଦର ଉପସଭାପତି କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ ଅତିଥି ଭାବରେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଓ ସାଇଟ ନର୍ସିଂ ଉପାଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର ଯୋଗ ଦେଇଥିଲେ । ସଂସଦର ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା, ବରିଷ୍ଠ ସଦସ୍ୟ ଡା. ସିଦ୍‌ଧେଶ୍ୱର ମିଶ୍ର, ଜିଲ୍ଲା କ୍ରୀଡାଧିକାରୀ ପରାସର ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ପୂର୍ବତନ ଖେଳାଳି ଶ୍ରୀକାନ୍ତ ରାଉତ, କ୍ରୀଡା ସଂଗଠକ ଆଦିତ୍ୟ ପଟ୍ଟନାୟକ ତଥା ଅଭିମନ୍ୟୁ ପାଣ୍ଡେ ମଂଚାସୀନ ଥାଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ରେଫରି ଭାବରେ ରାଜେନ୍ଦ୍ର ସେଠ, ନରସିଂ ସ୍ୱାମୀ ନାଇଡୁ, ସୁଦର୍ଶନ ସେଠ ଓ ସଂଜୀବ ମହାରଣା ଖେଳ ପରିଚାଳନା କରିଥିଲେ ।

୧୬ ତାରିଖ ଶୁକ୍ରବାର ଦିନ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ସୁପର ନକ ଆଉଟର ଖେଳ ଏପିଜେ ଲୋଇସିଂହା ବନାମ ନକଟାସର ଜିୱାଇଡିସି ଓ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଅମାମୁଣ୍ଡା ଏଏ ବନାମ ଖୁଣ୍ଟସମଲେଇ ମଧ୍ୟରେ ଖେଳ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।

yuvodaya
Leave A Reply

Your email address will not be published.