oom

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ବୈଠକ ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ବୈଠକ ଉପସଭାପତି ସୁରେନ୍ଦ୍ର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶାରଦୀୟ ଦୁର୍ଗା ପୂଜା ଖଡ୍ଗଭବନରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଦଶହରାରେ ପୂର୍ବଭଳି ପରମ୍ପରା ରକ୍ଷା ପୂର୍ବକ ୧୨ ହାତ ଖଣ୍ଡା ପରିକ୍ରମା ଓ ଅନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେକ ବର୍ଷ ପରି ସଭ୍ୟମାନେ ପୂଜା ଖଣ୍ଡା ଆଣି ଏଠାରେ ପୂଜାର୍ଚ୍ଚନା କରିବେ । ପୁଲିସ ପ୍ରଶାସନର ଆବଶ୍ୟକ ଅନୁମତି ନିଆଯାଇ ସହର ପରିକ୍ରମା କାର୍ଯ୍ୟକ୍ରମ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାଧାରଣ ସଂପାଦକ ଶଶଧର ପାତ୍ର ଅନୁରୋଧ କରିଥିଲେ । ଏହି ବୈଠକରେ ସର୍ବଶ୍ରୀ ବାବାଜି ସ୍ବାଇଁ, ନାରାୟଣ ସାମଲ, ପୂର୍ଣ୍ଣ ପ୍ରଧାନ, ରବି ପରିଡା, ଅକ୍ଷୟ ଜେନା, ବସନ୍ତ ଜେନା, ରବିନ୍ଦ୍ର ବାରିକ, ଉଗ୍ରେସନ ବିଶ୍ୱାଳ, କିଶୋର ନାୟକ, ଶମ୍ଭୁନାଥ ପରିଡା, ସୁଦର୍ଶନ ସାମଲ, ପହଲି ନାୟକ, ରାଧାଶ୍ୟାମ ପରିଡା, ପିତାମ୍ବର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପୁରାତନ ସଭ୍ୟ ଗଣେଶ୍ୱର ମହାଳିକଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

jittmm
Leave A Reply

Your email address will not be published.