ବାଇକରେ କଫ୍‌ ସିରଫ୍‌ ଚୋରା ଚାଲାଣ ବେଳେ ବଲାଙ୍ଗିର ମେଡିକାଲ କଲେଜ ଛକ ଠାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଇକରେ କଫ୍‌ ସିରଫ୍‌ ଚୋରା ଚଲାଣ ବେଳେ ବଲାଙ୍ଗିର ମେଡିକାଲ କଲେଜ ଛକ ଠାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅବକାରୀ ବିଭାଗ ବୋଲି ଖବର ମିଳିଛି । ସୂଚନା ଅନୁସାରେ ସୁଦର୍ଶନ ନାଏକ ନାମକ ଜଣେ ବ୍ୟକ୍ତି ଏକ ବାଇକରେ ୧୨୦ ବୋତଲ କଫ୍‌ ସିରଫ ଧରି ବଲାଙ୍ଗିର ପଟୁ ଚୁଡାପାଲି ଗ୍ରାମକୁ ଯାଉଥବା ବେଳେ କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗିର ମେଡିକାଲ କଲେଜ ଛକ ଠାରେ ଅବକାରୀ ବିଭାଗ ପକ୍ଷରୁ ସୁଦର୍ଶନଙ୍କୁ କାବୁ କରାଯାଇ ତାଙ୍କ ନିକଟରୁ ଏକ ବାଇକ ସହ ୧୨୦ ବୋତଲ କଫ୍‌ ସିରଫ ଜବତ କରାଯାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.