ଅତାବିରା ଫଟୋଗ୍ରାଫିକ୍ ସଂଗଠନର ନୂଆଁଖାଇ ଭେଟ୍‌ଘାଟ୍‌

ରେଙ୍ଗାଲିକ୍ୟାମ୍ପ : ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପଠାରେ ଅତାବିରା ଫୋଟୋଗ୍ରାଫି ସଂଗଠନ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଥିଲା । ସଂଗଠନର ସଭାପତି ସଞ୍ଜୟ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ରିଙ୍କେଶ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଡଃ ଶଙ୍କର ରାମ ଚନ୍ଦାନି, ରାଜ୍ୟ ଫଟୋଗ୍ରାଫର୍ ସଂଗଠନର ସମ୍ପାଦକ ଜବେଦ ଟିଟୋ, ଥାନା ଅଧିକାରୀ ଅନିଲ ପ୍ରଧାନ, ଶାଖା ପରିଚାଳକ ଅଭିଷେକ ଦେବତା ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ । ତର୍ପଣ ପ୍ରଧାନ ଅତିଥି ପରିଚୟ ସହ ସ୍ଵାଗତ ଅଭିଭାଷଣ ଦେଇଥିଲେ । ଅତିଥି ମାନଙ୍କ ଦ୍ଵାରା ମା’ ସମଲେଶ୍ଵରୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ସମବେତ ଜାତୀୟ ସଙ୍ଗୀତ ଗାନ କରି ଦେଶ ମାଟିକୁ ସମ୍ମାନ ଜଣାଇଥିଲେ । ଏହାପରେ ଦିବଂଗତ ଆତ୍ମା ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ସୁଦାମ ଚରଣ ମିଶ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ କୋଶଳ ତର୍ପଣ ପ୍ରଧାନଙ୍କ ସହଯୋଗରେ ବରିଷ୍ଠ ଫଟୋଗ୍ରାଫିକ ଷ୍ଟଲ ସଂଘ ଓ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରେ ସରୋଜ ରଥଙ୍କ ସ୍ୱରଚିତ ପୁସ୍ତକ ‘ମାଟିର ମହକ’ ପୁସ୍ତକ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ନାରାୟଣ ବେହେରା ଓ ସାଥୀ ଉଦ୍‌ଯାପନୀ ସଙ୍ଗୀତ ଗାନ କରିଥିଲେ । ସୁଦାମ ଚରଣ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୂଆଁଖାଇ ଭେଟ୍‌ଘାଟ୍‌ର ଦ୍ଵାରା ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ ।

jittmm
Leave A Reply

Your email address will not be published.