oom

ମନମୁଣ୍ଡା ପୋଲିସକୁ ବଡ ଧରଣର ସଫଳତା

jsmm

ବୌଦ୍ଧ, (ମମତା ମହାକୁର) : ଜିଲ୍ଲାର ମନମୁଣ୍ଡା ଥାନା ମନମୁଣ୍ଡା ଏନ୍‌ଏଚ୍‌ ୫୭ ତେଳନଦୀ ପାର୍ଶ୍ବ ଗାନ୍ଧୀ ଛକ ଠାରେ ଆଜି ସକାଳ ୧୧ଘଣ୍ଟା ସମୟରେ ଗାଡି ମଟର ଯାଞ୍ଚ କରୁଥିବା ସମୟରେ ବୌଦ୍ଧ ପଟରୁ ଆସୁଥିବା ଏକ ଧଳା ରଙ୍ଗର ସୁଇପ୍ଟ ଡିଜାର କାର ପୋଲିସକୁ ଦେଖି ଚମ୍ପଟ ମାରୁଥିବା ବେଳେ ପୋଲିସ ଉକ୍ତ ଗାଡିକୁ ପିଛା କରି ଅଟକାଇ ଥିଲା । ଗାଡିଟିକୁ ତନାଖି କରିବାରୁ ବିପୁଳ ପରିମାଣରେ କଫ ସିରଫ ଓ ଟେବ୍ଲେଟ ମିଳିଥିଲା । ପୋଲିସ କଫ ସିରଫର କାଗଜପତ୍ର ମାଗିବାରୁ ଗାଡିରେ ଥିବା ବଲାଙ୍ଗିର ଜିଲ୍ଲା ମାଲପଡାର ଜଗବନ୍ଧୁ ମେହେର(୩୩) ଦେଇପାରି ନ ଥିଲେ । ତେବେ କଫ ସିରଫ ଗୁଡିକ ବେଆଇନ ଭାବରେ ଚାଲାଣ କରୁଥିବାରୁ ମନମୁଣ୍ଡା ପୋଲିସ ତରଫରୁ କେସ୍ ନଂ ୧୬୮/୨୨ Act ୨୭୩,୨୭୪,୨୭୫,ରେ ମାମଲା ରୁଜୁ କରି କଫ ସିରଫ, ଗାଡିକୁ ଜବତ କରିବା ସମେତ ଜଗବନ୍ଧୁ ମେହେରଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ବୌଦ୍ଧ ଉପଖଣ୍ଡ ପୋଲିସ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.