jsm

ଅହିଂସା ରଥକୁ ପାଟଣାରେ ସ୍ୱାଗତ

csstore

ପାଟଣା : ସମଗ୍ର ରାଜ୍ୟ ପରିକ୍ରମାରେ ଥିବା ଅହିଂସା ରଥକୁ ଘଟଗାଁ ଏବିଡିଓ ଚିତ୍ତରଞ୍ଜନ ନାୟକ ମଲ୍ଲୀପଶିଠାରେ ପାଟଣା ବ୍ଲକ ପ୍ରଶାସନକୁ ଦାୟିତ୍ଵରେ ଛାଡ଼ିଥିବା ବେଳେ ଏଠାରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ଏକ ବିଶାଳ ସମୁଦାୟ ପକ୍ଷରୁ ଅହିଂସା ରଥକୁ ବିପୁଳ ଓ ଭବ୍ୟ ସ୍ୱାଗତ କରାଯାଇଥିଲା । ଆଦିବାସୀ ମାନଙ୍କ କଳସ ନୃତ୍ୟ, ଝୁମର ଓ ନାମ ସଂକୀର୍ତ୍ତନ ସହ ରଙ୍ଗୀନ ମୁରୁଜରେ ୨୨୦ ନଂ ଜାତୀୟ ରାଜପଥକୁ ଚିତ୍ର ବିଚିତ୍ର କରାଯାଇଥିଲା । ଗାନ୍ଧିଜୀଙ୍କ ରାମଧୁନ ମଧ୍ୟରେ ଛାତ୍ରଛାତ୍ରୀ, ସ୍ୱୟଂ ସହାୟିକା ଗୋଷ୍ଠୀ, ଅଙ୍ଗନ ବାଡ଼ି କର୍ମୀ, ପାଟଣା ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀଙ୍କ ବିଶାଳ ଶୋଭାଯାତ୍ରା ମଧ୍ୟରେ ରଥକୁ ମଲିପଶି ସ୍ଥିତ ଜନତା ଉଚ୍ଚ ବିଦ୍ୟାଳୟ ପରିସରକୁ ନିଆଯାଇ ଅହିଂସା ରଥରୁ ଦୃଶ୍ୟ ଶ୍ରାବ୍ୟ ବାର୍ତ୍ତା ପ୍ରସାରଣ କରାଯାଇଥିଲା ।

yuvodaya
Leave A Reply

Your email address will not be published.