jsm

ଛତ୍ରପୁରରେ ବ୍ଲକସ୍ତରୀୟ ଗୁରୁଦିବସ ପାଳିତ

csstore

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କାଳୀପଲ୍ଲୀଠାରେ ବ୍ଲକସ୍ତରୀୟ ଗୁରୁଦିବସ ତଥା ଗୁରୁପୂଜନ ଉତ୍ସବ-୨୦୨୨ ମହାସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ସୁବୋଧ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ ପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନୃସିଂହ ଚରଣ ମିଶ୍ର, କାଳୀପଲ୍ଲୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁମିତ୍ରା ଭୂୟାଁ, ସ୍କୁଲ ପରିଚାଳନା କମିଟି ସଭାପତି ପି.ଅର୍ଦ୍ଧରାଜୁଲୁ ରେଡ୍ଡୀ, କାଳୀପଲ୍ଲୀ ସରପଞ୍ଚ ବି.ଲକ୍ଷ୍ମୀ ପାତ୍ର, ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ବି.ଚନ୍ଦ୍ରମଣି ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସମାରୋହ ସମାହିତ ହୋଇଥିଲା । ଏହି ସମାରୋହରେ ଛତ୍ରପୁର ବ୍ଲକରେ ନିୟୋଜିତ ହୋଇଥିବା ୨୦୦୮ ମସିହାରୁ ଅବସରଗ୍ରହଣ କରିଥିବା ପ୍ରାୟ ୫୨ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମାନପତ୍ର ସହ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ କାଳୀପଲ୍ଲୀ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ହୋଇଥିବା ବେଳେ ଏହି ଦିବସକୁ ଉତ୍ସବମୁଖର କରିବା ନିମନ୍ତେ କାଳୀପଲ୍ଲୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶିକ୍ଷକ କୃଷ୍ଣଚନ୍ଦ୍ର ଦାସ, ଧୀରେନ୍ଦ୍ର ନାଥ, ପଞ୍ଚାନନ ରଥ, ରବିନାରାୟଣ ବେହେରା, ଦୀଲିପ କୁମାର ପଲେଇ, ବିଷ୍ଣୁ ନାରାୟଣ ପଣ୍ଡା, ପ୍ରଜ୍ଞାପରିମିତା ପ୍ରଧାନ, ପି.ଦମୟନ୍ତୀ ରେଡ୍ଡୀ ଏବଂ କାଳୀପଲ୍ଲୀ ଗ୍ରାମ୍ୟ କମିଟିର ଗଣ୍ୟମାନ୍ୟ ବ୍ୟକ୍ତି ପଞ୍ଚାୟତ ପ୍ରତିନିଧି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଏଲିମେଣ୍ଟାରି ସ୍କୁଲ ଶିକ୍ଷକ ସଂଘର ସଭାପତି ରାଜେନ୍ଦ୍ର ବେହେରା ଧନ୍ୟବାଦ ଜଣାଇଥିଲେ ।

yuvodaya
Leave A Reply

Your email address will not be published.