ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ପୂଜନୋତ୍ସବ

ଜରାସିଂହା, (କେପିଏନ୍‌ଏସ୍‌) : ପବିତ୍ର ଗୁରୁଦିବସ ଉପଲକ୍ଷେ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୁରୁ ପୂଜନୋତ୍ସବ ପାଳିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଅଧ୍ୟକ୍ଷ ବସନ୍ତ କୁମାର ମନହିରା ନିଜ ବକ୍ତବ୍ୟରେ ଗୁରୁଙ୍କ ମହତ୍ୱ ବିଷୟରେ ନିଜ ମତ ରଖିଥିଲେ । ପ୍ରାଧ୍ୟାପକ ଗୋବିନ୍ଦ ମେହେରଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଛାତ୍ରୀ ସୁନୀତା ମେହେର ଓ ଲିଲି ମେହେରଙ୍କ ନେତୃତ୍ୱରେ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ବିମଳ କିଶୋର ସାହୁ, ଧୋବାଇ ଚରଣ ପଟେଲ, ଦୁର୍ବାଦଳ ଘିବେଲା, ପ୍ରଶାନ୍ତ କୁମାର ଥନାପତି, ବାଳାଶଙ୍କର ମେହେର ଏବଂ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!