ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ଶିକ୍ଷକ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ବିଭାଗୀୟ ମୁଖ୍ୟ ପ୍ରଧ୍ୟାପକ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଶିକ୍ଷକ ଦିବସ ପାଳିତ ହୋଇଯାଇଛି । ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶିକ୍ଷକମାନଙ୍କର ଆଶୀର୍ବାଦ ଓ ଗୁରୁଦାୟିତ୍ୱ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଭାଗୀୟ ମୁଖ୍ୟ ଛାତ୍ରଛାତ୍ରୀମାନଙ୍କର ଶୃଙ୍ଖଳା ଏବଂ ତାଙ୍କର ଏକାଡେମିକ କେରିଅର ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଅନ୍ୟତମ ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ, ଶୁଶୃତ ହୋତା, ଲଲାଟେନ୍ଦୁ ପ୍ରଧାନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ରଞ୍ଜନ ସୁନା, ତୁଷାର ରଣା, ତନୁଜା ପ୍ରଧାନ, ରାକ୍ଷୀ ପ୍ରଧାନ, ନମିତା ବଢେଇ, ଅଭିପସା ପ୍ରଧାନ, ମନିଷା ଖମାରୀ ସହାଯୋଗ କରିଥିଲେ ।

Leave A Reply

Your email address will not be published.