କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ ଆରମ୍ଭ ହୋଇଯାଇଛି । ସାରା ଭାରତ ବର୍ଷରେ ଅମୃତ ମହୋତ୍ସବ ଚାଲିଛି ତେଣୁ ଏହି ପରିପ୍ରେକ୍ଷୀରେ ଆଜି ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ପାଳିତ ହୋଇଥିଲା । ସରକାରୀ ନିର୍ଦ୍ଦେଶ ଅନୁସାରେ ଆଜି ସକାଳେ ଛାତ୍ରଛାତ୍ରୀ ଓ ଶିକ୍ଷକବୃନ୍ଦ ରାମଧୁନ ଗାଇ ପ୍ରଭାତଫେରି କରିଥିଲେ ।ତା’ପରେ ବିଦ୍ୟାଳୟକୁ ଫେରି ବିଦ୍ୟାଳୟ ପରିସର ଓ ଆଖପାଖ ଅଞ୍ଚଳକୁ ସଫା କରିଥିଲେ । ତା’ପରେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ସର୍ବପ୍ରଥମେ ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଦାନ କରାଯାଇଥିଲା । ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ ମନୋଜ କୁମାର ତାଣ୍ଡି, ବିଶେଶ୍ୱର ମୁଦୁଲି ଗୁରୁଦିବସର ମହତ୍ତ୍ଵ ବର୍ଣ୍ଣନା କରିଥିଲେ । ଛାତ୍ରଛାତ୍ରୀ ମାନେ ଶିକ୍ଷକମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ କଲମ ଉପହାର ଦେଇଥିଲେ । ପରିଶେଷରେ ବିସ୍କୁଟ ଓ ଚକୋଲେଟ ବଣ୍ଟନ କରି ସଭା ସାଙ୍ଗ ହୋଇଥିଲା ।
Prev Post