jsm

କବିତା : ଆସ ସବୁକେ ଅଂଘେଇ ନେମା

csstore

ଦିଲ୍ଲିପ କୁମାର ସରାପ

ଉବେଲ ଥି ପୁହୁଁଚି ଗଲିଁ ବଲି
ଘୁପ୍‌ଘୁପା ଅନ୍ଧାରେ
ଢିଲିନେଲ ଲାଜର୍ ବୁଚକା
ମୋର୍ ଭାବର୍ ଦୁଆରେ..
କେଁଚି ନେଲ ଉଖେନ୍ ଲେଖେ
ଲଟ୍‌କିଥିବାର୍ ଅବଗୁନ୍, ଅଚଲନ୍
ବିଶ୍ୱାସକେ ପୁଂଜିକରି
ଜଗାଲି ପ୍ରେମ ଗଛ୍ ଦୁରା ମନ୍ ଦୁଆରେ
ଫୁଲ ଫୁଟି ମଗ୍‌ମଗାଲା ବେଲେ
ଦେଖତ
ଉସ୍ତାର୍ ନିନ’ ତୁମର୍ ।

ମୁଇଁ ଦେଖୁଛେଁ
ତୁମର୍ ଶିତ୍‌ଲି ଚଢା କାଁଥି
ଛମ୍‌ଛମା ଚାଲିର୍ ଶବଦେ
ଚଢୁଛେ ଖପର୍ ଆଡକେ
ମନ୍ ବି ଚଢୁଛେ କଲେ କଲେ ।

ଇଟା ନୁହେଁ ବହନା ବିଛ୍‌ନାର୍ ସମିଆଁ
ଫଗୁନର୍ ଝୁପାଝୁପା ବଉଲ୍
ଟୁପାଟୁପା ଆମ୍ କଁଷି
ଝରି ପଡବାର୍ ଆଘୁଁ
ଆସ ସବୁକେ ଅଂଘେଇ ନେମା..

ଝମ୍ ପକେଇ ହେଇଛୁଁ ଯେତେବେଲେ
ନଦୀର ଉଲଦା ବଏଡ୍‌କେ ସହେମା
ଇନ ପାଏନ୍ ବି ଆମର୍ ପବନ୍ ବି
ସପନ୍ ବି ଆମର୍ ଭରମ୍ ବି
ଜୀବନ୍ ବି ଆମର୍ ମରନ୍ ବି
ଆର୍ ବି ଯାହା ଯାହା ମିଲବେ
ହେ ସବୁ ବି ଆମର୍..
ଆସ ଅପ୍‌ନେଇ ନେମା ।

କାହାକେ ଫିକି ନି ଦଉଁ
ଉମ୍‌ହେଇଗଲା ବିହନ୍ ବଲି
ସମ୍‌କୁ ରୁଇମା ସଁସେର୍ ପାଏନ୍ ଝିଁଟି
ଆଶ୍ ରଖମା
ହେନୁ ପାଆଁଲିବା ବଲି ନୁଆଁ ଜୀବନ !!

କୁର୍ଲୁବାହାଲ, ଗାଇସିଲାଟ, ବରଗଡ଼
ମୋ – ୮୦୧୮୯୫୭୩୬୬

yuvodaya
Leave A Reply

Your email address will not be published.