୩ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ସଫା, ୭୨ ଘଣ୍ଟା ମଧ୍ୟରେ ଆତଙ୍କବାଦୀକୁ ହତ୍ୟା କଲେ ସେନା

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନରେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସାଇଫୁଲ୍ଲାର ହତ୍ୟା କରାଯାଇଥିବା ସୂଚନା ମିଳିଛି । ରିୟାଜ ନାଇକୁଙ୍କୁ ହତ୍ୟା କରାଯିବା ପରେ ସାଇଫୁଲ୍ଲାକୁ ହିଜବୁଲ ମୁଖ୍ୟ କମାଣ୍ଡର କରିଥିଲେ ।

ସୂଚନା ଅନୁସାରେ, ଶ୍ରୀନଗର ଜିଲ୍ଲାର ରଂଗରେତ୍‌ ଅଞ୍ଚଳରେ ଏକ ଏନକାଉଣ୍ଟରରେ ସାଇଫୁଲ୍ଲାକୁ ହତ୍ୟା କରାଯାଇଛି । ତାହାର ଜଣେ ସାଥୀକୁ ସେନା ଜୀବନ୍ତ ଧରିବାରେ ସଫଳ ହୋଇଛନ୍ତି । ଚଳିତ ବର୍ଷ ସାଇଫୁଲ୍ଲା ହିଜବୁଲକୁ ଏହାର ମୁଖ୍ୟ କରାଯାଇଥିଲା । ରଂଗରେତ୍‌ରେ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଜାମ୍ମୁ କାଶ୍ମୀରର ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଦିଲବାଗ ସିଂଙ୍କ ଅନୁଯାୟୀ କିଛି ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ତିନିଜଣ କାର୍ୟ୍ୟକର୍ତ୍ତାଙ୍କ ହତ୍ୟା ପଛରେ ସାଇଫୁଲ୍ଲାର ହାତ ରହିଥିଲା । ବିଜେପି ନେତାଙ୍କ ହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀ ଅବ୍‌ବାସ୍‌ ହିଜବୁଲରୁ ଲସ୍‌କର୍‌ ଯାଇଥିଲା । ତେବେ ୭୨ ଘଣ୍ଟା ମଧ୍ୟରେ ସେନା ବିଜେପି ନେତାଙ୍କ ହତ୍ୟାକାରୀଙ୍କ କାମ ଶେଷ କରି ଦେଇଛି ।

Leave A Reply

Your email address will not be published.