jsm

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟଣା : ଖାଦ୍ୟ ନମୁନା ସଂଗ୍ରହ କଲା ସ୍ୱାସ୍ଥ୍ୟ ବିଭାଗ

csstore

ମାଣିଆବନ୍ଧ : ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ଗତକାଲି ଜିଲ୍ଲା ରାପିଡ଼ ରେସ୍ପଣ୍ଡ ଟିମ୍‍ର ୩ ଜଣିଆ ପ୍ରତିନିଧି ଦଳ ଗୋବିନ୍ଦ ପାତ୍ରଙ୍କ ଘରେ ପହଞ୍ଚି ଖାଦ୍ୟ ନମୁନା ସଂଗ୍ରହ କରିଥିବା ଜଣାପଡିଛି । ଖବର ଅନୁଯାୟୀ, ଗୋବିନ୍ଦଙ୍କ ଘରେ ଗୁରୁବାରଠାରୁ ରହିଥିବା ଖାଦ୍ୟ, ପାଣି ଏବଂ ରୋଷେଇରେ ବ୍ୟବହୃତ ବିଭିନ୍ନ ମସଲା ଓ ରଙ୍ଗର ନମୁନା ସହିତ ଖାଦ୍ୟ ପାଖରେ ପଡ଼ିଥିବା ଏକ ଛୋଟ କାଚ ବୋତଲକୁ ସଂଗ୍ରହ କରାଯାଇଛି । ଏହି ଟିମରେ ବିଶେଷଜ୍ଞ ଡାକ୍ତର ଦିଲୀପ କୁମାର ତରାଇ, ମାଇକ୍ରୋ ବାୟୋଲୋଜିଷ୍ଟ ବିବେକ ପଣ୍ଡା ଏବଂ ଖାଦ୍ୟ ବିଶାରଦ ସେକ୍ସନ ଅଫିସର ଅଭୀଲିପ୍ସା ନନ୍ଦଙ୍କ ସମେତ ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ବିଶ୍ୱନାଥ ଆଧେକ, ଡାକ୍ତର ହୃଦୟ ରଞ୍ଜନ ଦାଶ, ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ସରୋଜ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ । ଭୁବନେଶ୍ୱରରେ ଏହି ନମୁନା ପରୀକ୍ଷଣ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଆଧେକ କହିଛନ୍ତି ।

yuvodaya
Leave A Reply

Your email address will not be published.