oom

ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭରସା ପରିବାର ସମ୍ମାନିତ

jsmm

ପାଟଣା : କେନ୍ଦୁଝର ନଗର ଭବନଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ କେନ୍ଦୁଝରଗଡ ପୌର ପରିଷଦ ଦ୍ଵାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ କେନ୍ଦୁଝର ପୌର ପରିଷଦର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥବା ଛାତ୍ରଛାତ୍ରୀ, ସମାଜସେବୀ, ବିଗତ ଦିନରେ ପୌରାଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିଥିବା ପୌର ଅଧ୍ୟକ୍ଷ/ଉପାଧ୍ୟକ୍ଷ ଓ ସାମାଜିକ ସଂଗଠନକୁ ସମ୍ମାନୀତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ, ମୁଖ୍ୟବକ୍ତା ଭାବେ ଜିଲ୍ଲା ବନ ଅଧିକାରୀ ଧନଧୀରେ ଧନରାଜ୍ ହନୁମନ୍ତ, ସମ୍ମାନିତ ଅତିଥି ଉପଜିଲ୍ଲାପାଳ ରାମଚନ୍ଦ୍ର କିଷ୍କୁ, ନଗରପାଳିକା ମଧୁସ୍ମିତା ସାମନ୍ତରାୟ, ପୌର ଅଧ୍ୟକ୍ଷା ନୀକୁ ସାହୁ, ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ ପ୍ରମୁଖ ପୌର ପରିଷଦର ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ନେବାକୁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଭାବେ ଭରସା ପରିବାରକୁ ସମ୍ମାନିତ କରାଯାଇଥିଲା । ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତ, ସାଧାରଣ ସମ୍ପାଦକ ଶିବଶଙ୍କର ମିଶ୍ର ଓ ସକ୍ରିୟ ସଦସ୍ୟ ନାରାୟଣ ପ୍ରାସାଦ ଦାସଙ୍କୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ପୁଷ୍ପଗଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ ।

jittmm
Leave A Reply

Your email address will not be published.