ଶ୍ରୀକ୍ଷେତ୍ରରେ ବାଲି ତୃତୀୟା ପାଳିତ

ପୁରୀ, (ଦେବାଶିଷ ମିଶ୍ର) : ଭାଦ୍ରବ ଶୁକ୍ଳ ତୃତୀୟା ତିଥିରେ ମଙ୍ଗଳବାର ଶ୍ରୀକ୍ଷେତ୍ରରେ ବାଲି ତୃତୀୟା (ଗୌରୀ ବ୍ରତ) ପାଳିତ ହୋଇଯାଇଛି । ଗଣେଶ ପୂଜାର ପୂର୍ବ ଦିନ ଏହି ବ୍ରତ ପାଳନ କରାଯାଇଥାଏ । ବିଭିନ୍ନ ନଦୀ ଓ ପୁଷ୍କରିଣୀ କୂଳରେ ମହିଳା ଏବଂ ଯୁବତୀମାନେ ବାଲୁକାରେ ଶକ୍ତି ସହିତ ଶିବଲିଙ୍ଗ ପ୍ରତିଷ୍ଠା କରି ଉମା ମହେଶ୍ୱରଙ୍କୁ ପୂଜା କରିଛନ୍ତି । ଏହି ବ୍ରତ ସଂକ୍ରାନ୍ତରେ ଯୁବ ଗବେଷକ ସୌମ୍ୟ ପଣ୍ଡା କୁହନ୍ତି, ଶ୍ରୀକ୍ଷେତ୍ର ଓ ପାର୍ଶ୍ଵବର୍ତ୍ତୀ ଗାଁଗୁଡ଼ିକରେ ବିବାହିତା ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିବା ସହ ସନ୍ତାନଙ୍କ ଦୁଃଖ ସମୃଦ୍ଧି ପାଇଁ ଏହି ବ୍ରତ ପାଳନ କରିଥାନ୍ତି । ବ୍ରତଧାରୀ ସମ୍ପୂର୍ଣ୍ଣ ଉପବାସ କରିଥାନ୍ତି । ଅନେକ ଅବିବାହିତ ଝିଅ ଭଲ ସ୍ୱାମୀ ପାଇବା ଲାଗି ଏହି ବ୍ରତ ପାଳନ କରିଥାନ୍ତି । ବ୍ରତଧାରୀମାନେ ସନ୍ଧ୍ୟାରେ ଉମା ମହେଶ୍ୱରଙ୍କୁ ପୂଜା କରି ମନସ୍କାମନା ଜଣାଇଥାନ୍ତି ।

Leave A Reply

Your email address will not be published.