‘ଶକ୍ତି ସଂରକ୍ଷଣ କ୍ଲବ’ ତରଫରୁ ଆଲୋଚନାଚକ୍ର

ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାଠାରେ ଶକ୍ତି ସଂରକ୍ଷଣ କ୍ଲବ ଆନୁକୂଲ୍ୟରେ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନ୍ତର୍ଗତ ପେଟ୍ରୋଲିୟମ ସଂରକ୍ଷଣ ଅନୁସନ୍ଧାନ ସଂଘ (PCRA)ର ଶକ୍ତି ସଂରକ୍ଷଣ କାର୍ଯ୍ୟକ୍ରମ ଅଧୀନରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଇକୋ କ୍ଲବ ଇନ ଚାର୍ଜ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏକକ ବ୍ୟବହାର ପ୍ଲାଷ୍ଟିକକୁ ଆମେ ସମସ୍ତେ ଓ ଆମ ଅଂଚଳର ଜନସାଧାରଣ କିପରି ବ୍ୟବହାର ନ କରିବେ ତାର ପ୍ରତି ସଚେତନ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଆଲୋଚନାଚକ୍ରରେ ବିଦ୍ୟାଳୟର ୪୨ ଜଣ ଛାତଛାତ୍ରୀ ଭାଗ ନେଇଥିଲେ । ଏହି ସଭାରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ସଂକୀର୍ତ୍ତନ ତ୍ରିପାଠୀ ଓ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଯୋଗଦେଇ ଶକ୍ତି ସଂରକ୍ଷଣ ଉପରେ ନିଜର ମତ ରଖିଥିଲେ ।

Leave A Reply

Your email address will not be published.