oom

କୋସଲି ନୂଆଁଖାଇ ଫିଲ୍ମ ‘ଭାବର ବନ୍ଧନ’ ଉନ୍ମୋଚିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପି.ପି.ଏକାଡେମି ଠାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ କରକମଳରେ ମହନୀ କ୍ରିଏସନ ଦ୍ୱାରା ପ୍ରସ୍ତୁତ ପାରମ୍ପାରିକ କୋସଲି ନୂଆଁଖାଇ ଫିଲ୍ମ ‘ଭାବର ବନ୍ଧନ’ ଉନ୍ମୋଚିତ ହୋଇଯାଇଛି । କୋସଲାଞ୍ଚଳର ଗଣପର୍ବ ନୂଆଁଖାଇ ଏହାକୁ ଆଖି ଆଗରେ ରଖି ମହନୀ କ୍ରିଏସନ ତରଫରୁ ପାରମ୍ପାରିକ କଥାବସ୍ତୁକୁ ନେଇ ଗୋଟିଏ ଜଙ୍ଗଳ ଘେରା ଆଦିବାସୀ ଗାଁ ଏବଂ ଗାଁରେ ଗଣପର୍ବକୁ ନେଇ ଆନନ୍ଦ ଉଲ୍ଲାସ ଏବଂ କ୍ଷେତିବାଲି ଝଗଡା ରାଗରୁସା ଥିଲେ ମଧ୍ୟ ଏହି ପର୍ବ କେମିତି ଲୋକଙ୍କୁ ଯୋଡି ରଖେ ଏବଂ ଭାବର ବନ୍ଧନ ଯୋଡି ରଖେ ତାହାକୁ ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି । ଏହାର ନିର୍ଦ୍ଦେଶକ ଭାର ବିନୋଦ କାଲସାଏ ନେଇଥିବା ବେଳେ ଅତିରିକ୍ତ ନିର୍ଦ୍ଦେଶକ ଭାର ରାଜ କିଶୋର ଓ ସାଗର କୁମାର, ଚିତ୍ର ଉତ୍ତୋଳନ ଓ ସମ୍ପାଦନା ବିନୋଦ କିସକୁ ଓ ସିପୁନ କରିଥିଲେ । ଏହାର ରଚନା ଅକ୍ଷୟ ସରାଫ କରିଥିବା ବେଳେ ବିଭିନ୍ନ ଅଭିନୟରେ ହିମାଂଶୁ ଖମାରୀ, ଜିତେନ୍ଦ୍ରିୟ ହୋତା, ସ୍ୱେତା, ଅନିତା ତ୍ରିପାଠି, ଲଲିତ ପୁଝାରୀ, ଅଷ୍ଟମି ନାଗ, ଦିବ୍ୟା ବିଶି, ସୁଚିସ୍ମିତା ମିଶ୍ର, ସନ୍ତୋଷ ହୋତା, ରୋଜିସ୍ମିତା ହୋତା, ବନମାଲି ଭୁଏ, କଲାକାହ୍ନୁ ସାହୁ, ରମାକାନ୍ତ ନାଏକ, ରାମକୃଷ୍ଣ ଶତପଥି, ଧନଞ୍ଜୟ ଭୁଏ, କ୍ରିତି ଘିବେଲା, କ୍ୟବଳୀ ଦେହୁରି, ଶିବ ପାତ୍ର, ଗିତ ରଞ୍ଜନ କୁମାର, ଆରାଧନା ତ୍ରିପାଠି ଓ ଦୀଲ୍ଲିପ ମେହେର ପ୍ରମୁଖ ଏଥିରେ କାମ କରିଛନ୍ତି । ଉଦ୍‌ଘାଟନି ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ତଥା ଆଦିବାସୀ ନେତା ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବେ ଅମନ ନାଗ, ଗୋପାଳଜୀ ପାଣିଗ୍ରାହୀ ଓ ଅଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଦୀଲିପ ଦୀପ ପରିଚାଳନା କରିଥିବା ବେଳେ ହିମାଂଶୁ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.