lika

ବାଲା ଓ ପୋଷଣ ବଗିଚାକୁ ନେଇ ସଚେତନତା କାର୍ଯ୍ୟକ୍ରମ

gbag

ନର୍ଲା : କଳାହାଣ୍ଡି ଜିଲ୍ଲା, ନର୍ଲା ବ୍ଲକ, ତୁଳାଗାଁ କ୍ଲଷ୍ଟର, ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୈବଲ୍ୟା ଶିକ୍ଷା ଫାଉଣ୍ଡେସନ, ସାଥୀ ଟିମ ଜରିଆରେ ଏକ ବାଲା (ବିଲଡିଙ୍ଗ୍ ଆଣ୍ଡ ଲରର୍ଣ୍ଣି ଏଡ) ଏବଂ ପୋଷଣ ବଗିଚାକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଅଛି । ଏଥିରେ କୈବଲ୍ୟା ଶିକ୍ଷା ଫାଉଣ୍ଡେସନର ନର୍ଲା ବ୍ଲକ ପରିଚାଳିକା ସୋନି କୁମାରୀ ଏହି ସଭାକୁ ପସ୍ତୁତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟଦେବ ବାଗ ଓ ସମ୍ମାନିତ ଅତିଥି ଭାବେ ମାଣ୍ଡେଲ ପଞ୍ଚାୟତର ସରପଞ୍ଚ ପଦ୍ମଲୋଚନ ଜାଲ, ତୁଳାଗାଁ ସିଆରସିସି ଦେବୀ ସୁଦ୍ଧା ଯୋଗ ଦେଇଥିଲେ । ଏଥିରେ ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ କୁମାର ଭୋଇ ସଭାକୁ ପରିଚାଳନା କରିଥିଲେ ଓ କୈବଲ୍ୟା ଶିକ୍ଷା ଫାଉଣ୍ଡେସନର ମୁଖ୍ୟ ବ୍ଲକ ପରିଚାଳିକା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ନର୍ଲା ବ୍ଲକର ୪୧ଟି ମୋଡେଲ ସ୍କୁଲର ପ୍ରଧାନ ଶିକ୍ଷକ ଓ କୈବଲ୍ୟା ଫାଉଣ୍ଡେସନର ସମସ୍ତ ବ୍ଲକ ର ପରିଚାଳକ ଓ ପରିଚାଳିକା ଯୋଗ ଦେଇଥିଲେ । ଏଥିରେ ନର୍ଲା ବ୍ଲକରେ କିପରି ଶିକ୍ଷାର ଅଗ୍ରଗତି ହୋଇପାରିବ ଏବଂ ବାଲା ଓ ପୋଷଣ ବଗିଚାକୁ ଆଗାମୀ ସମୟରେ କିପରି ନର୍ଲା ବ୍ଲକର ପ୍ରତ୍ୟେକ ମୋଡେଲ ସ୍କୁଲରେ କାର୍ଯ୍ୟକାରୀ କରାଯାଇ ପାରିବ ତାକୁ ନେଇ ଆଲୋଚନା ହୋଇଥିଲ । ସଭା ଶେଷରେ ସ୍କୁଲ ପରିସରରେ ବୃକ୍ଷ ରୋପଣ ଓ ହାଂଗିଙ୍ଗ ଲାଇବ୍ରେରୀର କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା ।

babaa
Leave A Reply

Your email address will not be published.