csstore

ନିଷ୍ଠା ପରିବାର, ତୋରେଶ୍ୱରୀ ଯୁବ କ୍ରୀଡ଼ା ଓ ସାଂସ୍କୃତିକ ପରିଷଦ ତୋରାର ମିଳିତ ପ୍ରୟାସରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ଓ ତୋରେଶ୍ୱରୀ ଯୁବ କ୍ରୀଡ଼ା ପରିଷଦ, ତୋରାର ମିଳିତ ପ୍ରୟାସରେ ତୋରା ଗ୍ରାମଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜିତ ହୋଇଥିଲା । ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ମୋଟ ୩୦ ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଥିଲା । ଏହି ଶିବିରକୁ ତୋରା ସରପଞ୍ଚ ଦେବରାଜ ସାହୁ ଫିତା କାଟି ଉଦ୍‌ଘାଟନ କରିଥିଲେ । ଶିବିର ପରିଚାଳନାରେ ତୋରେଶ୍ୱରୀ ଯୁବକ୍ରୀଡା ଓ ସାଂସ୍କୃତିକ ପରିଷଦର ସଭାପତି, ସଂପାଦକ ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫରୁ ମୋମଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ନିଷ୍ଠାର ଉପଦେଷ୍ଟା ମଦନ ମୋହନ ଦାସ, ବରିଷ୍ଠ ସଦସ୍ୟ ସଚି ପଣ୍ଡା, ସଭାପତି ରକ୍ଷପାଳ ସାହୁ, ସଂପାଦକ ଲୋକନାଥ ସାହୁ କୋଷାଦ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ମହିଳା ଶାଖାର ତ୍ରିପୁରା ସୁହୁଲା, ରୀନା ମହାରଣା ତଥା ନିଷ୍ଠା ଅନେକ ସଦସ୍ୟ ଯୋଗଦାନ କରି ସହଯୋଗ କରି ରକ୍ତଦାନ ଶିବିରକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.