csstore

ନୂତନ ପେନ୍‌ସନ୍‌ ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ସାଙ୍ଗଠାନିକ ସଭା ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ୍ ସ୍ତରୀୟ ନୂତନ ପେନ୍‌ସନ୍‌ ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ଏକ ସାଂଗଠାନିକ ବୈଠକ ଅରୁଣ କୁମାର ତ୍ରିପାଠୀ, ମଣି କୁମ୍ଭାର ତଥା ଲାଲଚନ ବଗର୍ତ୍ତୀଙ୍କ ଆହ୍ୱାନରେ ସ୍ଥାନୀୟ ବାଳକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ବ୍ଲକ୍ ପ୍ରତିନିଧି ଗୋପିନାଥ ସାହୁ ଓ ବନମାଳୀ ସାହୁ ଯୋଗ ଦେଇଥିବା ବେଳେ ବିରଞ୍ଚି ମହଲାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସରକାରୀ କର୍ମଚାରୀମାନଙ୍କ ପେନ୍‌ସନ୍‌ ବନ୍ଦ କରିବା ଦ୍ୱାରା ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ତଥା ପୁନଃ ପୁରୁଣା ପେନ୍‌ସନ୍‌ର ପ୍ରଚଳନ ପାଇଁ ଆନ୍ଦୋଳନ କରିବାକୁ ଏବଂ ସଂଗଠନକୁ ଦୃଢ କରିବା ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଶତାଧିକ ଶିକ୍ଷକଙ୍କ ଉପସ୍ଥିତିରେ ଏଗାର ଜଣିଆ କାର୍ଯ୍ୟକାରୀ କମିଟି ଚୟନ କରାଯାଇଥିଲା । ଆସନ୍ତା ୧୦ ସେପ୍ଟେମ୍ବର ଦିନ ଖପ୍ରାଖୋଲ ବ୍ଲକ୍ ସ୍ତରୀୟ କାର୍ଯ୍ୟକାରୀ କମିଟି ଗଠନ ହେବ ଓ ୧୭ ସେପ୍ଟେମ୍ବର ଦିନ ଉପଖଣ୍ଡସ୍ତରୀୟ ଶୋଭାଯାତ୍ରା ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ, ପାଟଣାଗଡଠାରେ ଦାବୀପତ୍ର ପ୍ରଦାନ କରାଯିବାକୁ ସ୍ଥିର ହୋଇଥିଲା । ଶେଷରେ ଗୋବିନ୍ଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.