csstore

ସାପ୍ତାହିକ ବଜାର କାଦୁଅ ପଚ୍‌ପଚ୍‌, ନିରବଦ୍ରଷ୍ଟା ସାଜିଛି ପାଇକମାଲ ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଐତିହାସିକ ନୃସିଂହାନାଥ ମନ୍ଦିର ତଥା ତୀର୍ଥସ୍ଥଳୀ ପାଇଁ ବିଶ୍ୱ ପ୍ରସିଦ୍ଧ କିନ୍ତୁ ଏସବୁ ସତ୍ତ୍ୱେ ପାଇକମାଲ ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ପାଇକମାଲ ସହର ତଥା ଅନ୍ୟାନ୍ୟ ଜାଗା ଆବର୍ଜନାମୟ ହୋଇ ପଡ଼ିରହିଛି । ଜୁଆଡ଼େ ଦେଖିବେ ସେଆଡ଼େ କେବଳ ଆବର୍ଜନା ହିଁ ଆବର୍ଜନା, ସତେ ଯେମିତି ପାଇକମାଲ ବ୍ଲକ ପ୍ରଶାସନ ନୃସିଂହାନାଥ ମନ୍ଦିରକୁ ଆସୁଥିବା ବିଭିନ୍ନ ରାଜ୍ୟ ତଥା ଦେଶର ପର୍ୟ୍ୟଟକମାନଙ୍କୁ ଆବର୍ଜନାମୟ ପରିବେଶରେ ସ୍ୱାଗତ କରୁଛି । ଏତିକିରେ ଦୁଃଖ ସରୁନାହିଁ ଲୋକେ ସାପ୍ତାହିକ ବଜାର ଗଲା ସମୟରେ ମଧ୍ୟ ଉପକୂଳ ଓଡ଼ିଶା ଭଳି ବନ୍ୟା ତଥା କାଦୁଅର ଅନୁଭୂତି ପ୍ରାପ୍ତ କରୁଛନ୍ତି । ବ୍ଲକ ପ୍ରଶାସନ କେବଳ ସବୁ ଦେଖି ନ ଜାଣିଲା ଭଳି ନିଦାବିଷ୍ଣୁ ସାଜିଛି ବୋଲି ଆଲୋଚନା ହେଉଛି । ମୁଖ୍ୟ ଛକର ବିରାଟ ଗର୍ତ୍ତ ମଧ୍ୟ ଲୋକଙ୍କ ଜୀବନ ହରଣ କରିବା ପାଇଁ ସତେ ଯେମିତି ଚାହିଁ ରହିଛି, ଏସବୁକୁ ଦେଖିଲେ ମନେହୁଏ ଯେ ରାଜ୍ୟ ସରକାରଙ୍କ ପାଇକମାଲ ତଥା ନୃସିଂହାନାଥ ମନ୍ଦିର ପ୍ରତି କେବଳ ଲୋକ ଦେଖାଣିଆ ଭଲପାଇବା ରହିଛି ବୋଲି ଆଲୋଚନା ହେଉଛି ।

jayashree
Leave A Reply

Your email address will not be published.