oom

ସଦାଇପାଲି ସ୍କୁଲ ପରିଦର୍ଶନ କଲେ ନରସିଂହ

jsmm
  • ପର୍ଯ୍ୟାପ୍ତ ଶ୍ରେଣୀ ଗୃହ ନିର୍ମାଣ ଉପରେ ଗୁରୁତ୍ୱ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସଦର ବ୍ଲକ ସ୍ଥିତ ସଦାଇପାଲି ପଂଚାୟତ ଅନ୍ତର୍ଗତ ସଦାଇପାଲି ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ । ପୂର୍ବରୁ ବିଧାୟକ ଶ୍ରୀ ମିଶ୍ର ସରକାରଙ୍କ ସ୍କୁଲ ରୂପାନ୍ତରିକରଣ ଯୋଜନାରେ ଏହି ସ୍କୁଲକୁ ସାମିଲ କରିବା ପାଇଁ ସୁପାରିଶ କରିଥିବାରୁ ଆଜି ସ୍କୁଲ ପରିଚାଳନା କମିଟି ସଭାପତି ଫକିର ଥାଟି, ପ୍ରଧାନ ଶିକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ସହ ସ୍କୁଲର ଅଭାବ ଅସୁବିଧା ବାବଦରେ ଆଲୋଚନା କରିଥିଲେ । ସ୍କୁଲରେ ପାଚେରୀ ତଥା ଶ୍ରେଣୀ ଗୃହର ଅଭାବ ବିଷୟରେ ଆଲୋଚନା ହୋଇଥିଲା । ଯେହେତୁ ସଦାଇପାଲି ନିକଟବର୍ତ୍ତୀ ଅଂଚଳରେ ନିର୍ମାଣାଧିନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପରୁ ହୋଇଥିବା ବିସ୍ତାପିତ ପରିବାରଙ୍କୁ ଥଇଥାନ କରାଯାଇଛି, ତେଣୁ ସେହି ବିସ୍ଥାପିତ ପରିବାରଙ୍କ ପୁଅ ଝିଅମାନେ ପାଠ ପଢିବା ପାଇଁ ଏହି ସ୍କୁଲ ଉପରେ ନିର୍ଭର କରନ୍ତି । ତେଣୁ ଏଠାରେ ସ୍କୁଲ ଶ୍ରେଣୀ ଗୃହ ନିର୍ମାଣକୁ ପ୍ରାଥମିକତା ଦିଆଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଶ୍ରେଣୀ ଗୃହ ନିର୍ମାଣ ପାଇଁ ଏକ ଚିଠି ଅଧ୍ୟକ୍ଷ ଡବ୍ଲୁଓଡିସି ଓ ତାର ନକଲ ତାଙ୍କୁ ଓ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପାଇଁ କହିଥିଲେ । ତା ସହ ନିଜ ବିଧାୟକ ପାଣ୍ଠିରୁ ଅନୁଦାନ ପ୍ରଦାନ କରିବେ ବୋଲି କହିଥିଲେ । ଉପସ୍ଥିତ ଥିବା ବ୍ଲକ ଶିକ୍ଷାଧିକାରୀ, ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ମନରେଗା ପାଣ୍ଠି ଲଗାଇ ଖେଳ ପଡିଆ ଉନ୍ନତିକରଣ କରାଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ । ସଦାଇପାଲିର ଅନେକ ଗରିବ ଓ ଭୂମିହୀନ ତାଙ୍କ ପାଇଁ ଉଦ୍ଦିଷ୍ଟ ଜମି ପଟ୍ଟା ପାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇ ନଥିବାରୁ ବୈଠକରେ ଉପସ୍ଥିତ ଥିବା ତହସିଲଦାରଙ୍କୁ ଶୀଘ୍ର ଜମି ଚିହ୍ନଟ କରି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ସ୍କୁଲ ରୂପାନ୍ତରିକରଣ କାମ ଯେମିତି ଉଚ୍ଚ ମାନର ହେବ ସେ ଉପରେ ଶିକ୍ଷକ, କର୍ମଚାରୀ ତଥା ପରିଚାଳନା କମିଟି ବିଶେଷ ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲେ । ସଦାଇପାଲିରୁ ଫେରିବା ବାଟରେ ମାଧିଆପାଲି ହାଇସ୍କୁଲର ଶିକ୍ଷାଦାନ ଏବଂ ଅନ୍ୟାନ୍ୟ ଅଭାବ ଅସୁବିଧା ବିଷୟରେ ବିଧାୟକ ଶ୍ରୀ ମିଶ୍ର ଆଲୋଚନା କରି ଯାହା କିଛି ଅଭାବ ଅସୁବିଧା ଅଛି ତାଙ୍କୁ ଏକ ତାଲିକା ପ୍ରଦାନ କଲେ ସେ ସବୁର ସମାଧାନ କରିବା ପାଇଁ ପଦକ୍ଷେପ ନେବେ ବୋଲି ସ୍କୁଲ କର୍ତ୍ତୃପକ୍ଷଙ୍କୁ କହିଥିଲେ । ଏହି ଗସ୍ତ ସମୟରେ ସଦାଇପାଲିର ବୁଦ୍ଧିଜୀବୀ, ଡା. ଶିିଦ୍‌ଧେଶ୍ୱର ମିଶ୍ର, ଶିକ୍ଷାବିତ୍‌ ବାମଦେବ ମିଶ୍ର, ଡାକ୍ତର ପ୍ରଶାନ୍ତ ପ୍ରଧାନ, ରମେଶ ନାଏକ, ତ୍ରିଲୋଚନ ମହାପାତ୍ର, ବିରଞ୍ଚି ସାଏ ଏବଂ ଯୁବ ନେତା ଅଜୟ ବାଲି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.