ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଅଗଷ୍ଟ ୩୦ରୁ ବଲାଙ୍ଗିର ଜିଲ୍ଲାର ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ହେବ । ଆଗଷ୍ଟ ୩୦ ଓ ୩୧ ଦୁଇ ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତା ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ସ୍ଥିତ ଇନ୍ଡୋର୍ରେ ହେବା ନେଇ ସ୍ଥିରୀକୃତ ହୋଇଛି । ପରୁଷ ବିଭାଗରେ ସିଙ୍ଗିଲ୍ସ ଓ ଡବଲ୍ସ ଦୁଇଟି ବିଭାଗରେ ଖେଳାଳିମାନେ ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ସିଙ୍ଗିଲ୍ସ ପାଇଁ ୩୦୦ ଟଙ୍କା ଓ ଡବଲ୍ସ ପାଇଁ ୫୦୦ ଟଙ୍କା ପଞ୍ଜିକରଣ ରହିଛି । ପ୍ରତିଯୋଗିତାରେ ସମସ୍ତ ଖେଳାଳିଙ୍କୁ ଖେଳ ୟୁନିଫମ୍ର୍ରେ ପଡିଆକୁ ଓହ୍ଲାଇବା ସହିତ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘର ନିୟମ ମୁତାବକ ଖେଳିବାକୁ ହେବ । ଏହି ପ୍ରତିଯୋଗିତା ପାଇଁ ଜିଲ୍ଲାର ସମସ୍ତ ଉପଖଣ୍ଡ ସ୍ତରୀୟ ଏସୋସିଏସନ୍ ମାନଙ୍କୁ ସୂଚିତ କରି ଦିଆଯ।।ଇଥିବା ବେଳେ ରିଜର୍ଭ ଇନ୍ଡୋରଠାରେ ପ୍ରତିଯୋଗିତା ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ତରଫରୁ ଅନୁମତି ମିଳିଥିବା ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ ଏସୋସିଏସନ୍ର ସଂପାଦକ ସୁରୁଲାଲ ମଟାରୀ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, କରୋନା ମହାମାରୀ କାରଣରୁ ଦୁଇ ବର୍ଷରୁ ଉଦ୍ଧ୍ୱର୍ ସମୟ ହେବ ବ୍ୟାଡମିଣ୍ଟନ ଖେଳ ବିଶେଷ ଭାବେ ପ୍ରଭାବିତ ହୋଇଛି । ତଥାପି ବଲାଙ୍ଗିର ଖେଳାଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିଛନ୍ତି । ଏହି ପ୍ରତିଯୋଗିତା ଜିଲ୍ଲାରେ ବ୍ୟାଡମିଣ୍ଟନ ପ୍ରତି ଲୋକଙ୍କ ରୁଚି ବାଢାଇବା ସହିତ ନୂତନ ପ୍ରତିଭାଗୁଡିକୁ ଲୋକଲୋଚନକୁ ଆଣିବ ବୋଲି ଶ୍ରୀ ମଟାରୀ ଆଶା ପ୍ରକାଶ କରିଛନ୍ତି ।