ବନ୍ୟା ପ୍ରପୀଡ଼ିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସହାୟତାର ହାତ ବଢ଼ାଇଲା ସାମାଜିକ ଅନୁଷ୍ଠାନ ‘ଦ ଲେଡି ଲିଓନ’ ଗୃପ

ରାଉରକେଲା, (ସସ୍ମିତା ପ୍ରଧାନ) : ବର୍ତ୍ତମାନର ବନ୍ୟା ପ୍ରପୀଡ଼ିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସହାୟତାର ହାତ ବଢ଼ାଇଛି ସାମାଜିକ ଅନୁଷ୍ଠାନ ‘ଦ ଲେଡି ଲିଓନ’ ଗୃପ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଲକ୍ଷ ଲକ୍ଷ ପୁରୁଷ ମହିଳା ଶିଶୁ ଏହା ଭିତରେ ଘେରି ରହିଛନ୍ତି । ପ୍ରକୃତିର ଏହି ତାଣ୍ଡବକୁ ଦେଖିବା ପରେ ରାଉରକେଲା ସ୍ଥିତ ମହିଳା ସମାଜିକ ସଂଗଠନ ‘ଦ ଲେଡି ଲିଓନ’ର ସଭାପତି ବନ୍ଦିତା ମହାନ୍ତିଙ୍କ ଦ୍ୱାରା କିଛି ସାହାଯ୍ୟ ଯେଉଁଥିରେ କିଛି ଖାଦ୍ୟ ସାମଗ୍ରୀ ସହିତ ମହିଳା ଓ ଝିଅମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ବସ୍ତ୍ର ରାଉରକେଲାରୁ ରୁଦ୍ର ବସ ଯୋଗେ ଭୁବନେଶ୍ୱର ପଠାଯାଇଥିଲା । ଉକ୍ତ ସାମଗ୍ରୀକୁ ଭୁବନେଶ୍ୱରରେ ଥିବା ରବୀନ ହୁଡ଼ ସଂଗଠନର ସଭାପତି ପଙ୍କଜ କୁମାରଙ୍କ ଦ୍ୱାରା ପୀଡିତଙ୍କ ପାଖରେ ପହଞ୍ଚାଇବାର ବନ୍ଦୋବସ୍ତ ହୋଇଥିଲା । ‘ଲେଡି ଲିଓନ’ର ଏହି କାର୍ଯ୍ୟକୁ ରାଉରକେଲାରେ ଭୁୟସୀ ପ୍ରଶଂସା କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!