oom

ମାଗୁରବେଡାରେ ନୂତନ ସାପ୍ତାହିକ ବଜାର ଉଦ୍‌ଘାଟିତ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଆଭ୍ୟନ୍ତରୀଣ ମାଗୁରବେଡା ଗ୍ରାମରେ ନୂତନ ସାପ୍ତାହିକ ବଜାର ଉଦ୍‌ଘାଟିତ ହୋଇଯାଇଛି । ସରପଞ୍ଚ ସଞ୍ଜୟ ଗଡତ୍ୟାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ସଦର ଏସ୍‌ଡିପିଓ ତୋଫାନ ବାଗ, ଲୋଇସିଂହା ବିଡ଼ିଓ ବିଜୟ କୁମାର ହୋତା, ପଂଚାୟତ ନିର୍ବାହୀ ଅଧିକାରୀ ଅକ୍ଷୟ ଦଲାଇ, ଜିଆରଏସ ଶିବ ପ୍ରସାଦ ସା ପ୍ରମୁଖ ଯୋଗଦେଇ ସାପ୍ତାହିକ ବଜାର ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ବିଶେଷ ଉପକୃତ ହୋଇପାରିବେ ବୋଲି ମତ ଦେଇଥିଲେ ।

jittmm
Leave A Reply

Your email address will not be published.