pakka

ସେପ୍ଟେମ୍ବର ୧୮ ତାରିଖ ‘ଓସାକା’ ହାଇଦ୍ରାବାଦର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମଂଚରେ ପାଳିତ ହେବ

bbehera

ହାଇଦ୍ରାବାଦ : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ସଂଗଠନ ‘ଓସାକା’ ପକ୍ଷରୁ ଚଳିତ ବର୍ଷ ନୂଆଁଖାଇ ଭେଟ୍‌ଘାଟ୍‌ କରୋନା କାଳ ପୂର୍ବ ବର୍ଷ ଭଳି ମଂଚରେ ପାଳନ କରିବାକୁ ସ୍ଥିରିକୃତ ହୋଇଛି । ରବିବାର ଦିନ ଆୟୋଜିତ ନୂଆଁଖାଇ ପ୍ରସ୍ତୁତି ବୈଠକରେ ‘ଓସାକା’ର ଶତାଧିକ ପୁରୁଷ ଏବଂ ମହିଳା କର୍ମକର୍ତ୍ତା ଯୋଗଦେଇ ସୁନିୟୋଜିତ ଢଙ୍ଗରେ ଏହି ବର୍ଷ ପାଳନ ପାଇଁ ମତାମତ ପ୍ରଦାନ କରିଥିଲେ । ଆସନ୍ତା ୧୮ ସେପ୍ଟେମ୍ବର ୨୦୨୨ ତାରିଖ ଦିନ ହାଇଦ୍ରାବାଦର ଶ୍ରୀନଗର କଲୋନୀ ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ କଲ୍ୟାଣ ମଣ୍ଡପମ୍‌ଠାରେ ଏଥର ନୂଆଁଖାଇ ପାଳନ ପାଇଁ ନିର୍ଦ୍ଧାରିତ ହୋଇଛି । ପଶ୍ଚିମ ଓଡିଶାର ପ୍ରସିଦ୍ଧ ସାଂସ୍କୃତିକ ଦଳକୁ ନିମନ୍ତ୍ରଣ ସହ ବିଗତ ବର୍ଷ ଭଳି ଯୁବ ତଥା ଉଦିୟମାନ କଳାକାରମାନଙ୍କୁ ସୁଯୋଗ ଦେବାକୁ ଓସାକାର କାର୍ଯ୍ୟକାରିଣୀ ସମିତି ବିଚାର କରିଥିଲା । ପଶ୍ଚିମ ଓଡିଶାର ଗ୍ରାମାଂଚଳର ପାରମ୍ପାରିକ ମାହୋଲରେ ଓସାକାର ନୂଆଁଖାଇ କାର୍ଯ୍ୟକ୍ରମକୁ ବଜାୟ ରଖିବାକୁ ଉପଦେଷ୍ଟା ମଣ୍ଡଳୀ ପରାମର୍ଶ ଦେଇଥିଲେ । ଯୁବଗୋଷ୍ଠୀ କେବଳ ମହାନଗରୀରେ ନୂଆଁଖାଇ କାର୍ଯ୍ୟକ୍ରମରେ ସିମିତ ନ ରହି ନିଜ ନିଜ ଗ୍ରାମକୁ ଯାଇ ଏହି ମହାନ ଗଣପର୍ବରେ ସାମିଲ ହେବାକୁ ‘ଓସାକା’ ତରଫରୁ ଆହ୍ୱାନ ଦେବା ପାଇଁ ପ୍ରସ୍ତାବ ଆସିଥିଲା । ହାଇଦ୍ରାବାଦରେ ପାଳିତ ନୂଆଁଖାଇ କାର୍ଯ୍ୟକ୍ରମର ସବିଶେଷ ସୂଚନା ପାଇଁ ଓସାକାର ଫେସ୍‌ବୁକ ଗ୍ରୁପ ତଥା ୱେବ୍‌ସାଇଟରେ ଜଡିତ ହେବା ପାଇଁ ସଭାପତି ରାମକୃଷ୍ଣ ବାରିକ, ଉପସଭାପତି ଶଙ୍କର୍ଷଣ ସାହୁ ଏବଂ ସଂପାଦକ ଦେବେନ୍ଦ୍ର ସାମଲ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

jay balangir
Leave A Reply

Your email address will not be published.

thirteen − three =

error: Content is protected !!