ଡେଲାଙ୍ଗ ବ୍ଲକ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ଆଜାଦୀ କା ଅମୃତ ମହୋତ୍ସବକୁ ସ୍ମରଣୀୟ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ ବ୍ଲକ ପକ୍ଷରୁ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ଆଇଆଇସି ଅନିଲ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେଶ୍ଵର ମହାରଣା, ସିଡିପିଓ ଜାପାନୀ କୁମାରୀ ମିତ୍ରା, ମିଶନ ଶକ୍ତି ମହାସଂଘର କାର୍ଯ୍ୟକର୍ତ୍ତାମାନଙ୍କ ଉପସ୍ଥିତିରେ ବୁଧବାର ଅରିଶଲ ପଞ୍ଚାୟତଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଅରିଶଲ, ଖେଳାଉର ପଞ୍ଚାୟତ ପରିକ୍ରମା କରି ଡେଲାଙ୍ଗ ଷ୍ଟେସନ ବଜାର ଦେଇ ଐତିହାସିକ ବେରବୋଇ ଗାନ୍ଧି ସ୍ମ୍ରୁତି ପୀଠରେ ଗାନ୍ଧି ସ୍ମାରକୀ ସମିତି ପକ୍ଷରୁ ବିଚିତ୍ରା ନନ୍ଦ ମହାନ୍ତି, ଅନାମ ମଲ୍ଲିକ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ଚିତରଞ୍ଜନ ଜେନା, ରଶ୍ମୀରଞ୍ଜନ ପ୍ରଧାନ ଓ ସମିତି ସଦସ୍ୟ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ତତ୍‌ ସନ୍ନିକଟ ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପହଞ୍ଚିଥିଲା । ସେଠାରେ ପ୍ରଧାନ ଶିକ୍ଷୟତ୍ରୀ କାମିନୀ ଦାସଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଡେଲାଙ୍ଗ ହାଟ ବଜାରଠାରେ ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ସମାଜସେବୀ ନବଘନ ପ୍ରଧାନ ସ୍ୱାଗତ କରିଥିଲେ । କଲ୍ୟାଣପୁରଠାରେ ସ୍ଥାନୀୟ ପଞ୍ଚାୟତ ପକ୍ଷରୁ ସ୍ୱାଗତ କରାଯାଇଥିଲା । ସେଠାରୁ ଅହିଂସା ରଥ କଣାସ ଅଭିମୁଖେ ଯାତ୍ରା କରିଥିଲା ।

Leave A Reply

Your email address will not be published.