csstore

ମୌଳିକ ସାକ୍ଷରତା ପ୍ରଶିକ୍ଷଣ ଶିବିର

ଚୌଦ୍ୱାର : କଳିଙ୍ଗ ନୋଡାଲ ବିଦ୍ୟାପୀଠରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‌ର ୬ ଟିକ୍ଲଷ୍ଟରର ୬୦ଟି ବିଦ୍ୟାଳୟରୁ ୬୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଗୌତମ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ବ୍ଲକ୍‌ ଶିକ୍ଷାଧିକାରୀ ସରୋଜିନୀ ସାହୁ, ସହକାରୀ ଶିକ୍ଷାଧିକାରୀ ଅରୁନ୍ଧତୀ ମିଶ୍ର, ପୂର୍ବତନ ସିଆରସିସି ସମରେନ୍ଦ୍ର ଷଢ଼ଙ୍ଗୀ, ବିଆରସିସି କଳ୍ପନା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟରେ ଆନନ୍ଦମୟ ପରିବେଶ ସୃଷ୍ଠିକରି ପିଲା ମାନଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବିକାଶ ପାଇଁ ଶିକ୍ଷକ ମାନେ ଉତ୍ସାହର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷକ ହରିହର ମିଶ୍ର ଏବଂ ଦୀପକ କୁମାର ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସିଆସିସି ଶିବାନନ୍ଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.