csstore

ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦମାନଙ୍କୁ ସମ୍ବର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତାର ଅମୃତ ମହୋତ୍ସବ, ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରଗଡ଼ର ଦିବଂଗତ ସ୍ୱାଧୀନତା ସଂଗ୍ରାମୀ ଗଂଗାଧର ସରାଫଙ୍କ ଦାୟାଦମାନଙ୍କୁ ତାଙ୍କ ଭିଏସଏସ ନଗର ସ୍ଥିତ ବାସ ଭବନରେ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶଙ୍କ ନେତୃତ୍ୱରେ ଏକ ଶିକ୍ଷାବିତ ମଣ୍ଡଳୀ ପଞ୍ଚାୟତ କଲେଜ ଅଧ୍ୟକ୍ଷ ପତିତପାବନ ସାହୁ, ବରଗଡ଼ ମହିଳା କଲେଜ ଅଧ୍ୟକ୍ଷ ଦଧିବାମନ ଦାଶ, ଟ୍ରଷ୍ଟ ଫଣ୍ଡ କଲେଜ ଅଧ୍ୟକ୍ଷ ଡ଼. ସରୋଜ କୁମାର ଦେବତା, ଟ୍ରଷ୍ଟ ଫଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତୁଲ କୁମାର ତ୍ରିପାଠୀ ପ୍ରମୁଖ ତାଙ୍କ ବାସ ଭବନରେ ଦିବଂଗତ ଗଙ୍ଗାଧର ସରାଫଙ୍କ ଦାୟାଦ ବେଲାଲ ସେନ ସରାଫ, ଗର୍କି ସରାଫ, ଚିତ୍ର ସେନ ସରାଫ, ମାନଭଞ୍ଜନ ସରାଫ, ଶ୍ରୀମତୀ ରାଗିଣୀ ସରାଫ, ସ୍ଵରାଜ ସରାଫ, ଧର୍ମେଶ ସରାଫଙ୍କୁ ଅଙ୍ଗ ବସ୍ତ୍ର ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

jayashree
Leave A Reply

Your email address will not be published.