ଜଳବନ୍ଦୀରେ ଅମ୍ଭାଭୋନା ବ୍ଲକ ଗ୍ରାମବାସୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ହୀରାକୁଦ ଜଳଭଣ୍ଡାରେ ୮ଟି ଗେଟ୍ ବନ୍ଦ କରିବା ପରେ ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଗ୍ରାମବାସୀଙ୍କ ଚିନ୍ତା ଆହୁରି ବଢି ଯାଇଛି । ଉପର ମୁଣ୍ଡରେ ଏବେ ବର୍ଷା ଲାଗି ରହିଥିବାରୁ ମହାନଦୀ ଲକ୍ଷାଧିକ କ୍ୟୁସେକ ଜଳ ଜଳଭଣ୍ଡାରରେ ପ୍ରବେଶ କରୁଛି । ଫଳରେ ଉପର ମୁଣ୍ଡ ପଛୁଆ ବନ୍ୟା ପାଣି ଅମ୍ବାଭୋନା ବ୍ଲକର ଚିଖିଲି, ଅନ୍ତରାଡି, ଘୁଘୁରାପାଲି ଏବେ ଜଳବନ୍ଦୀ ଅବସ୍ଥାରେ ରହିଥିବା ଜଣାପଡିଛି । ସୂଚନା ଅନୁସାରେ, ମହାନଦୀ ଜଳ ପତ୍ତନ ବଢିବାରୁ ମହାନଦୀ ତଟବର୍ତ୍ତୀ ବେନିଆଁପାଲି, ବଡମାଳ,ବରଙ୍ଗାକୋଟ, ସତିଦର୍ରା, ବୈଗାପାଲି, ବୁଢିପାଲି, କୁଶମୁଦା ଆଦି ଗ୍ରାମର ହଜାର ହଜାର ହେକ୍ଟର ଜମି ଜଳମଗ୍ନ ହୋଇଛି । ଲଗାଣ ବର୍ଷା ଲାଗି ରହିଥିବାରୁ ଅମ୍ବାଭୋନା ଓ ଡୁଙ୍ଗୁରୀ ଏବଂ ସମ୍ବରଧରା ଓ ଲଖନପୁର ରାସ୍ତା ପୋଲ ଉପରେ ୫ ଫୁଟ ପାଣି ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଗତକାଲିରୁ ଉଭୟ ପଟରୁ ଲୋକେ ଯିବା ଆସିବା କରିପାରୁ ନାହାନ୍ତି । ବ୍ରିଜ ଉପରେ ପାଣି ପ୍ରବାହିତ ହେତୁ ଲଖନପୁର, ଡୁଙ୍ଗୁରୀ ଉତ୍ତମ ଅଞ୍ଚଳର ଲୋକେ ଗତ ଦୁଇ ଦିନ ହେବ ଅଟକି ରହିଛନ୍ତି । ସେହିପରି ଛତିଶଗଡ ଓ ବରଗଡ ସଂଯୋଗ କରୁଥିବା ରାସ୍ତା ଅମଲିପାଲି ଓ ବଡେ ନୁଆପରା ରାସ୍ତାରେ ଥିବା ବ୍ରିଜ ଉପରେ ପାଣି ପ୍ରବାହିତ ହେବାରୁ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ କେନ୍ଦ୍ର ଗୁଡ଼ିକର ଥିବା ଗ୍ରାମବାସୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ତହସିଲଦାର ସୀତା ରାମ ଭୋଇ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.