pr

ଏବିଭିପି ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଲେଜ ଛକ ଶିଶୁ ମନ୍ଦିରଠାରେ ଅଖୀଳ ଭାରତୀୟ ବିଦ୍ୟାର୍ଥି ପରିଷଦ (ଏବିଭିପି) ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଗୋବିନ୍ଦ ଚନ୍ଦ୍ର ସାହୁ, ଲୋଇସିଂହା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲିପ ସିଂ ଦେଓ, କଳାଧାମ ଅଧ୍ୟକ୍ଷ ହେମନ୍ତ କୁମାର ମଲ୍ଲିକ, ମହିଳା ମହାବିଦ୍ୟାଳୟ ଅଧ୍ୟାପକ ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତୃତା, ସଙ୍ଗୀତ, ଏକକ ନୃତ୍ୟ, ଦଳଗତ ନୃତ୍ୟ, ଏକକ ଅଭିନୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଓମ ଅମୃତ ମହାନ୍ତି, ସମୀକ୍ଷା ବୁଡେକ, ପୁରୁଷୋତ୍ତମ ବେହେରା, ସୁମନ୍ତ ସାହୁ, ଦେବୀଷ ବାଗ, ସୌମ୍ୟାରାଣୀ ମିଶ୍ର, ବିଘ୍ନେଶୀ ବାରିକ, ଶୁଭଶ୍ରୀ ବେହେରା, ବିକାଶ ଭୋଇ, ରାକେଶ ସାଏ, ଜୟକାନ୍ତ ବାଗ, ରେସ୍ମା ମେହେର, ସୁଧାଂଶୁ ବାଗ, ନନ୍ଦିନୀ ଠାକୁର, ଶୁଭ ଲକ୍ଷ୍ମୀ ମେହେର, କାମିନୀ ସାହୁ, ତପନ ମଲ୍ଲିକ ପ୍ରମୁଖ ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ଏବିଭିପି କର୍ମକର୍ତ୍ତାଙ୍କ ଦ୍ୱାରା ୫୦ଟି ଗ୍ରାମରେ ପତାକା ଉତ୍ତୋଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲଳିତ କୁମାର ଦାଶ, ସ୍ୱରାଜ ପୁରୋହିତ, ଉତ୍ତମ ବରାଡ, ଜିତ୍‌ ସୁନା, ନିଲମ ପ୍ରଧାନ, ପ୍ରୀତି ପ୍ରଧାନ, ନବୀନ ସଗରିଆ, ଦିବ୍ୟ ରଂଜନ କାଲସାଏ, ଚୁଡାମଣୀ ବଏ, ବିଷ୍ଣୁ ଜେନା, ପଣ୍ଡିତ ବୁଦ୍ଧିଶକ୍ତ ବେଜ ତଥା ଶିଶୁ ବିଦ୍ୟା ମନ୍ଦିରର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.