oom

ମାୟାବର୍ହା ହାଇସ୍କୁଲରେ ସ୍ୱାଧୀନତା ଦିବସ ପାଳିତ

jsmm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହାଠାରେ ପଂଚାୟତ ହାଇସ୍କୁଲ ମାୟାବର୍ହା, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ତରଫରୁ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ମଉନାବତୀ ଜାଲ ଜାତୀୟ ପତାକା ଉତୋଳନ କରି ହର ଘର ତ୍ରିରଙ୍ଗା ତଥା ଭାରତର ଆଜାଦୀ କା ଅମୃତ ମହୋତ୍ସବ ବିଷୟରେ ଆଲୋକପାତ କରିଥିଲେ । ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀ ସମେତ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରର ଉତ୍ସବ ବିଷୟରେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ରବିଚନ୍ଦ୍ର ପଶାୟତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଜ୍ଞାନ ଶିକ୍ଷକ ତଥା ଜିଲ୍ଲା ସ୍କାଉଟ ତାଲିମ କମିଶନର ଦିନବନ୍ଧୁ ପଧାନ, ଖେଳ ଶିକ୍ଷକ ଚୈତନ୍ୟ ବାରିକ, ସିଆରସିସି ଜୟ ଶ୍ରୀରାମ ସିକନ୍ଦର ପ୍ୟାରେଡ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ନନ୍ଦି ଘୋଷ ବାରିକ, ସଂଜୀବ ପୂଜାରୀ, କିରନ ପୁଟେଲ, ସ୍ନିଗଧା ପଧାନ, ତୋଷମତି ଭୋଇ, ସୁଶିଲ ସାହୁ, ଦୟାସାଗର ପଧାନ, ବିନୋଦ କୁମାର ବେହେରା, ସଦାନନ୍ଦ ପଧାନ, ଲକି ସାହୁ, ମୀନକେତନ ଦାଶ, ବିଭିଷଣ ଖମାରୀ, ବହ୍ଲବୀ ବନଛୋର, ମାଧୂରୀ ପୁଟେଲ, ସୁଷମା ବେହେରା, ଉପାସୀ ଚିରଗୁନ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.