csstore

ୱାଇସିଡିଏ ଅନୁଷ୍ଠାନ ପକ୍ଷରୁ ଜାତୀୟ ତ୍ରିରଙ୍ଗା ପତାକା ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ହର ଘର ତ୍ରିରଙ୍ଗା ଆଜାଦୀ କା ଅମୃତ ମହୋତ୍ସବ ୭୫ତମ ସାରା ଦେଶ ପାଳନ କରୁଥିବା ବେଳେ ଖପ୍ରାଖୋଲ ୱାଇସିଡିଏ ଅନୁଷ୍ଠାନ ପକ୍ଷରୁ ୱାଇସିଡିଏ ଅନୁଷ୍ଠାନ ବ୍ଲକ ସଂଯୋଜକ ହେମବନ୍ତି ନନ୍ଦନ ବେହେରାଙ୍କ ନେତୃତ୍ୱରେ ରବିବାର ଦିନ ବଡ଼ଗୁର୍ଜିଭଟା ଗାଁରେ ଜାତୀୟ ତ୍ରିରଙ୍ଗା ପତାକା ବଣ୍ଟନ କରାଯାଇଛି । ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଂଯୋଜକ ଉମେଶ ଗୁପ୍ତା, କେକେପିସିଏଲ ସିଇଓ ଗଣେଶ ବନଛୋର, ସଦାନନ୍ଦ ବାଗ, ଫକୀର ସାହୁ, ପୁରନ୍ଦର ବନଛୋର, ବାସନ୍ତୀ ମୁଣ୍ଡା, ଭୋଜରାଜ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ୱାଇସିଡିଏ ଅନୁଷ୍ଠାନର କର୍ମକର୍ତ୍ତାମାନେ ଘର ଘର ଯାଇ ଲୋକଙ୍କୁ ଆଜାଦୀ କା ଅମୃତ ମହୋତ୍ସବ ବିଷୟରେ ଆଲୋଚନା କରି ତ୍ରିରଙ୍ଗା ପତାକା ଦେଇ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବା ପାଇଁ ନିବେଦନ କରାଯାଇଥିଲା ।

jayashree
Leave A Reply

Your email address will not be published.