ନାନ୍ଦୁପଲା ଗାଁରୁ ବିରଳ ପ୍ରଜାତିର ବହୁରୂପୀ ଏଣ୍ଡୁଅ ଉଦ୍ଧାର

ଖପ୍ରାଖୋଲ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ୍ ନାନ୍ଦୁପଲା ଗାଁର ଜଣଙ୍କ ବାଡ଼ିରୁ ଏକ ବିରଳ ବହୁରୂପୀ ଏଣ୍ଡୁଅ ବନବିଭାଗ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ବିରଳ ବହୁରୂପୀ ଏଣ୍ଡୁଅଟି ସଦାନନ୍ଦ ଖମାରୀଙ୍କ ବାଡ଼ିରେ ଏକ ଗଛରେ ଥିବା ଦେଖି ସଢାନନ୍ ବନ ବିଭାଗକୁ ଖବର ଦେଇଥିଲେ । ରେଞ୍ଜଧିକାରୀ ଗିରିଧାରୀ ନାଗଙ୍କ ନିର୍ଦ୍ଦେଶରେ ବନରକ୍ଷୀ ମହେନ୍ଦ୍ର କାଳସାଏ, ମିଥୁନ ମିର୍ଦ୍ଧା, ଆମ ଜଙ୍ଗଲ ଯୋଜନା ଡିଓ ତହସିଲ ବାଗ ପ୍ରମୁଖ ପହଞ୍ଚି ସୁରକ୍ଷିତ ଉଦ୍ଧାର କରିଥିଲେ । ଜୀବଟିକୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା । ସ୍ଥାନୀୟ ସ୍ୱେଛାସେବୀ ଜ୍ୟୋତି ରଞ୍ଜନ ପଣ୍ଡା, ଗଗନ ପଣ୍ଡା, ସମେତ ବନ ବିଭାଗ କର୍ମଚାରୀ ବହୁରୂପୀ ଏଣ୍ଡୁଅଟିକୁ ଗନ୍ଧମାର୍ଦ୍ଦନ ପାହାଡ଼ରେ ଛାଡିଥିବା ଜଣାପଡିଛି । ଗାଁକୁ ଲାଗି ଗନ୍ଧମାର୍ଦ୍ଦନ ପାହାଡ଼ ଥିବାରୁ ଏଣ୍ଡୁଅଟି ଗାଁକୁ ଚାଲି ଆସିଥିବା ଜଣାଯାଇଛି । ଗନ୍ଧମାର୍ଦ୍ଦନ ପାହାଡ଼ରେ ଅନେକ ବିରଳ ଜୀବ ଥିବାରୁ ତାର ସୁରକ୍ଷା ପାଇଁ ବନ ବିଭାଗ ସଚେତନତା ସୃଷ୍ଟି କରିବା ଆବଶ୍ୟକତା ରହିଛି ।

Leave A Reply

Your email address will not be published.