csstore

ଯୁକ୍ତ ଦୁଇ କଳା ପରୀକ୍ଷାରେ ଶାମୁକାଙ୍କ କୃତିତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ରାଧାଶ୍ୟାମ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଲାଇସର୍ଡାର ଛାତ୍ରୀ ଶାମୁକା ବିଶ୍ୱାଲ ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଭୁବନେଶ୍ୱର ଦ୍ୱାରା ପରିଚାଳିତ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ୬୦୦ ମାର୍କରୁ ୫୩୯ ମାର୍କ ସହ ୮୯.୮୩ ପ୍ରତିଶତ ମାର୍କ ରଖି ବିଲାଇସର୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟପର ହୋଇଛନ୍ତି । ଶାମୁକା, ନୀଳକଣ୍ଠ ବିଶ୍ୱାଲ ଓ ରୀତାଞ୍ଜଳି ବିଶ୍ୱାଲଙ୍କ ସୁପୁତ୍ରି ଅଟନ୍ତି । ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଲାଇସର୍ଡା ଅଧ୍ୟକ୍ଷ ପୁରୁଷୋତ୍ତମ ଭଞ୍ଜ ସମସ୍ତ ଶିକ୍ଷକ ବୃନ୍ଦ ଓ କର୍ମଚାରୀ ଶାମୁକାଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ତାଙ୍କର ଭବିଷ୍ୟତ ପାଇଁ ମଙ୍ଗଳ କାମନା କରିଛନ୍ତି । ଶାମୁକାଙ୍କ ଏହି କୃତିତ୍ୱ ପାଇଁ ବିଦ୍ୟାଳୟ ଗର୍ବିତ ବୋଲି ଅଧ୍ୟକ୍ଷ ଶ୍ରୀ ଭଞ୍ଜ ମତପୋଷଣ କରିଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଲାଇସର୍ଡାରେ ଚଳିତ ବର୍ଷ ୬୦ ଜଣ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୬ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୮ ଜଣ ଓ ତୃତୀୟ ଶ୍ରେଣୀରେ ୨୩ ଜଣ ଉତ୍ତିନ୍ନ ହୋଇଥିବା ବେଳେ ଶତକଡା ପାସ ହାର ୯୫ ପ୍ରତିଶତ ଅଟେ ।

jayashree
Leave A Reply

Your email address will not be published.