ଗ୍ରାମ ସଭାରେ ସମସ୍ୟା ଉପସ୍ଥାପନ ପାଇଁ ଜନସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକର ବିଭିନ୍ନ ପଞ୍ଚାୟତଗୁଡିକରେ ଗ୍ରାମ ସଭାରେ ସମସ୍ୟା ଉପସ୍ଥାପନ ପାଇଁ ଆଜାଦୀର ଅମୃତ ମହୋତ୍ସବ ପାଳନ ଅବସରରେ ତୃଣମୂଳ ସ୍ତରରେ ଲୋକମାନଙ୍କ ରାଜନୈତିକ ସଶକ୍ତିକରଣ ଏବଂ ଲୋକ ମାନଙ୍କର ମୌଳିକ ସମସ୍ୟାକୁ ଉପସ୍ଥାପନ କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରାଯାଇଛି । ଏଥିରେ ଗାଁ ସ୍ତରରୁ ଲୋକ ମାନଙ୍କର ଖାଦ୍ୟ, ପାଣି, ଶିକ୍ଷା ଆଦି ସମସ୍ୟାକୁ ଗାଁ ସଭା ମାଧ୍ୟମରେ ଚିହ୍ନଟ କରି ଅଗଷ୍ଟ ୧୫ ତାରିଖରେ ବିଦ୍ଧିବଦ୍ଧ ଭାବେ ଘୋଷିତ ହୋଇଥିବା ସ୍ୱତନ୍ତ୍ର ଗ୍ରାମସଭାରେ ଏହି ସମସ୍ୟା ଗୁଡ଼ିକ ଗାଁ ଲୋକଙ୍କ ତରଫରୁ ଉପସ୍ଥାପନ କରାଯିବ । ଏହି କ୍ରମରେ ବଲାଙ୍ଗିର ଜିଲ୍ଲାରେ ପାଟଣାଗଡ଼ ବ୍ଲକର ଲୋକ ସଂଗଠନ ଦ୍ୱାରା ୪ ଗୋଟି ଗାଁରୁ ଯଥା ବନାଇମୁଣ୍ଡା ଗ୍ରାମ ପଞ୍ଚାୟତର ବନାଇମୁଣ୍ଡା ଗ୍ରାମ ଓ ଫୁଲମୁଣ୍ଡା ଗ୍ରାମ, ବରପଦର ଗ୍ରାମ ପଞ୍ଚାୟତର ସମଲେଶ୍ଵର ଗ୍ରାମ ଏବଂ ମରୂଆଁ ଗ୍ରାମ ପଞ୍ଚାୟତର ମରୂଆଁ ଗ୍ରାମ ପିଇବା ପାଣି, ବିଦ୍ୟାଳୟରେ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସମସ୍ୟା ଚିହ୍ନଟ କରାଯାଇଛି ଯାହାକୁ ବଲାଙ୍ଗିର, ଗୁଡଭେଲା, ଦେଓଗାଁ, ସଇଁତଲା ଟିଟିଲାଗଡ଼, ପାଟଣାଗଡ଼, ଖପ୍ରାଖୋଲ, ୭ଟି ବ୍ଲକର ୨୨ଟି ପଞ୍ଚାୟତର ୨୮ଟି ଗ୍ରାମର ସମସ୍ୟାକୁ ନେଇ ଗ୍ରାମସଭାରେ ସଚେତନ ନାଗରିକମାନଙ୍କ ତରଫରୁ ଉପସ୍ଥାପନ କରାଯିବ । ଉପସ୍ଥାପନ ହେଲା ପରେ ପରବର୍ତ୍ତୀ ସମୟରେ ସମସ୍ୟା ଗୁଡ଼ିକ ସ୍ଥାନୀୟ ବିଡ଼ିଓ, ଲୋକ ପ୍ରତିନିଧି ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଲୋକ ସଂଗଠନର ସଭାନେତ୍ରୀ ଶାନ୍ତି ଧାରୁଆ, ସଂପାଦିକା କନକ ଧରୁଆ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.