oom

ବ୍ଲକ ଦ୍ୱାରା ନିର୍ମିତ ବନ୍ଧ ଭାଙ୍ଗିବା ସ୍ଥିତିରେ : ଚିନ୍ତାରେ ତଳମୁଣ୍ତର ଚାଷୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଅନ୍ତର୍ଗତ ଝିଟିକି ଗ୍ରାମ ପଞ୍ଚାୟତର ମୁନିକେଲ ଗ୍ରାମର ନୂଆଁମୁଡାଠାରେ ପଞ୍ଚାୟତ ସମିତି ଦ୍ୱାରା ଗତ କିଛି ବର୍ଷ ତଳେ ନିର୍ମିତ ହୋଇଥିବା ବନ୍ଧରେ ପାଣି ଭର୍ତ୍ତି ହୋଇ ଏବେ ବନ୍ଧ ଭାଙ୍ଗିବା ସ୍ଥିତିକୁ ପହଞ୍ଚି ଯାଇଥିବା ଅଭିଯୋଗ ହୋଇଛି । ଏହି ବନ୍ଧ ମରାମତି ଓ ନିର୍ମାଣ ନାମରେ ପ୍ରତିବର୍ଷ ୧୦ରୁ ୧୫ ଲକ୍ଷ ଟଙ୍କା ମାଟିକାମ ହେଉଥିବା ବେଳେ ଅତି ନିମ୍ନମାନ କାମ ଯୋଗୁଁ ବନ୍ଧର ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଏହି ବନ୍ଧ ତଳେ ଥିବା ଚାଷୀ ଶ୍ରୀମତୀ ତ୍ରିପୁରା ସାହୁ, ବାସନ୍ତୀ ତାଟି, ବରାଡୁ ତାଟି, ମଙ୍ଗଳୁ ତାଟି, ଜଳନ୍ଧର ତାଟି ଆଗରୁ ମଧ୍ୟ ବିଡିଓଙ୍କୁ ଅଭିଯୋଗ କରିଥିଲେ । ତେବେ ଆଜି ପୁଣି ଥରେ ଶ୍ରୀମତୀ ତ୍ରିପୁରା ସାହୁ ପାଇକମାଲ ବିଡିଓ, ପାଇକମାଲ ତହସିଲଦାର ଓ ବରଗଡ ପିଡି ଡିଆରଡିଏଙ୍କୁ ଲିଖିତ ଜଣାଇଛନ୍ତି ଯେ, ଯଦି ବନ୍ଧ ଭାଙ୍ଗିବା ଦ୍ୱାରା ପାଣି, ମାଟି ଦ୍ୱାରା ଚାଷ କାର୍ଯ୍ୟ କ୍ଷତିଗ୍ରସ୍ତ ହେବ ତେବେ ବ୍ଲକ ଅଧିକାରୀ କ୍ଷତିପୂରଣ ଦେବେ ବୋଲି ବିଡିଓଙ୍କୁ ଲିଖିତ ଜଣାଇଛନ୍ତି ।

jittmm
Leave A Reply

Your email address will not be published.