ସର୍ଗିବାହାଲ ସରସ୍ୱତୀ ଶିଶୁ ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଂକୁଳ ଅନ୍ତର୍ଗତ ସର୍ଗିବାହାଲ ସରସ୍ୱତୀ ଶିଶୁମନ୍ଦିରରେ ୧୩ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ମୁରଲୀଧର ସାହୁ, ପ୍ରେମାନନ୍ଦ ବାରିକ, କୁବେର ହାତୀ, ମହେଶ୍ୱର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଆଚାର୍ଯ୍ୟ ହରେ ରାମ ସାହୁ ସଂଯୋଜନା କରିଥିଲେ । ରୂପକ କୁମାର ବରିହା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ କୁମାର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଜ୍ଞାନ ଶିକ୍ଷକ ରାଜ କୁମାର ସାହୁ ଓ ସୁନୀଲ ସାହୁ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ଶିଶୁ ବର୍ଗରେ ୧୩ଟି ଓ ବାଳ ବର୍ଗରେ ୪୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଉମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.