csstore

ଫାଓ ରେଫରୀ ଅଫ ଗ୍ରଡେସନ୍ ପରୀକ୍ଷାର ଅଭ୍ୟାସ ପରୀକ୍ଷା ଅନୁଷ୍ଠିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଫୁଟବଲ ଏସୋସିଏସନ୍ ଅଫ ଓଡ଼ିଶା (ଫାଓ) ପକ୍ଷରୁ ଇତିମଧ୍ୟରେ ରେଫରୀ ଅଫ ଗ୍ରେଡେସନ୍‌ର ଲିଖିତ ପରୀକ୍ଷା ସମାପ୍ତ ହୋଇସାରିଛି । ବର୍ତ୍ତମାନ ଏହି କାର୍ଯ୍ୟକ୍ରମର ଅଭ୍ୟାସ (ପ୍ରାକଟିକାଲ) ପରୀକ୍ଷା ଆରମ୍ଭ ହୋଇଛି । ଫାଓର ରେଫରୀମାନଙ୍କ ମୁଖ୍ୟ ଦୁର୍ଗା ମାଧବ ନାୟକ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ଏହି ପରୀକ୍ଷା ଗୁଡ଼ିକ ନିଜେ ବ୍ୟକ୍ତିଗତ ଭାବରେ ପରିଦର୍ଶନ କରୁଛନ୍ତି । ଶ୍ରୀ ନାୟକ ବରଗଡ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ଲେଂଗୁ ମିଶ୍ର ମିନି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ଏହି ଅଫ ଗ୍ରେଡେସନ୍‌ ପରୀକ୍ଷାର ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ସମସ୍ତ ରେଫରୀ ଖେଳ ଗୁଡ଼ିକ ପରିଚାଳନା କରିଥିଲେ, ଯାହାକି ଶ୍ରୀ ନାୟକ ନିଜେ ବ୍ୟକ୍ତିଗତ ଭାବରେ ସେମାନଙ୍କ ଖେଳ ପରିଚାଳନାକୁ ଦେଖୁଥିଲେ । ଏଥିରେ ବରଗଡ ଜିଲ୍ଲାର କେତେଜଣ ରେଫରୀ କେଟାଗୋରି ୫ରୁ କେଟାଗୋରି ୪କୁ ଏବଂ ଅନ୍ୟ କେତେକ କେଟାଗୋରି ୪ରୁ କେଟାଗୋରି ୩କୁ ଉତ୍ତୀର୍ଣ୍ଣ ହେବାର ଅଛି । ଶ୍ରୀ ନାୟକ ଏହି ମ୍ୟାଚ୍ ପରେ ଫାଓ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସମସ୍ତ ଜିଲ୍ଲାର ରିପୋର୍ଟ ପ୍ରଦାନ କରିବା ପରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ । ବରଗଡ, ବରପାଲି, କଳାପାଣି ଓ ଖଲିଆପାଲିର ଚାରୋଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍‌ରେ ବରପାଲି ଦଳ ବରଗଡ ଦଳକୁ ହରାଇ ପ୍ରତିଯୋଗିତାକୁ ଜିତି ନେଇଥିଲେ । ଖେଳ ପରିଚାଳନା କରିଥିଲେ ଶୁଭମ୍ ପାତ୍ର, ପୂର୍ଣ୍ଣଚନ୍ଦ୍ର ଭୁଏ, ଉମାକାନ୍ତ ପ୍ରଧାନ, ଝସକେତନ ପ୍ରଧାନ, ଗୋବର୍ଦ୍ଧନ ବାଗ, ଅନିତା ଭୁଏ, ସ୍ୱର୍ଣ୍ଣଲତା ପ୍ରଧାନ । ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ରଙ୍କ ସଭାପତିତ୍ୱ ଓ ଆଉଟ୍ ଡୋର ସଂପାଦକ ସୁରେଶ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିଥି ଭାବରେ ଶ୍ରୀ ନାୟକଙ୍କ ସମେତ ଫାଓ ଉପସଭାପତି ରବି ପଣ୍ଡା, ଫୁଟବଲ ସମ୍ପାଦକ ସେକ ସବଦର, କ୍ରୀଡା ଶିକ୍ଷକ ସଚ୍ଚିଦାନନ୍ଦ ପଣ୍ଡା ଅତିଥି ଭାବରେ ଯୋଗଦେଇ ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚ୍‌ରେ ବରପାଲି ଦଳ ବରଗଡ ଦଳକୁ ହରାଇ ଚମ୍ପିୟାନ ହୋଇଥିଲା । କ୍ରୀଡା ସଂସଦ ପକ୍ଷରୁ ଶ୍ରୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

jayashree
Leave A Reply

Your email address will not be published.