ସ୍ୱରାଜ – ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା ପୃଷ୍ଠଭୂମି

ନୂଆଦିଲ୍ଲୀ, (ପିଆଇବି) :

• ‘ସ୍ୱରାଜ – ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା’, ୭୫ ଅଧ୍ୟାୟ ବିଶିଷ୍ଟ ଏହି ଧାରାବାହିକ ଦୂରଦର୍ଶନର ଡିଡି ନେଶନାଲ ଚାନେଲରେ ୧୪ ଅଗଷ୍ଟ ଠାରୁ ପ୍ରସାରିତ ହେବ, ପ୍ରତି ରବିବାର ରାତି ୯ଟାରୁ ୧୦ଟା ପର୍ୟ୍ୟନ୍ତ । ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ ବଳିଦାନ ବିଷୟରେ ଅନେକ ଆଲୋଚିତ – ଅନାଲୋଚିତ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏ ଧାରାବାହିକ ।
• ଏ ଧାରାବାହିକକୁ ନଅଟି ଆଞ୍ଚଳିକ ଭାଷା ଏବଂ ଇଂରାଜୀରେ ଡବିଂ କରାଯାଉଛି । ଆଞ୍ଚଳିକ ଭାଷାରେ ଧାରାବାହିକର ପ୍ରସାରଣ ଅଗଷ୍ଟ ୨୦ ତାରିଖ ଠାରୁ ରାତି ୯ଟାରୁ ୧୦ଟା ମଧ୍ୟରେ ଦୂରଦର୍ଶନର ଆଞ୍ଚଳିକ ଚାନେଲରେ କରାଯିବ । ଏସବୁ ଭାଷା ହେଲା – ତାମିଲ, ତେଲୁଗୁ, କନ୍ନଡ଼, ମାଲାୟଲମ, ମରାଠୀ, ଗୁଜରାଟୀ, ଓଡ଼ିଆ, ବଙ୍ଗଳା ଏବଂ ଅହମୀୟା।
• ଏ ଧାରାବାହିକକୁ ଅଗଷ୍ଟ ୨୦ ତାରିଖ ଠାରୁ ଆକାଶବାଣୀର ବିଭିନ୍ନ କେନ୍ଦ୍ର ଦ୍ବାରା ପ୍ରତ୍ୟେକ ଶନିବାର ଦିନ ୧୧ଟାରୁ ମଧ୍ୟ ପ୍ରସାରଣ କରାଯିବ, ।
• ସପ୍ତାହ ସମୟରେ ଅଧ୍ୟାୟଗୁଡ଼ିକୁ ପୁନଃପ୍ରସାରଣ କରାଯିବ ।
• ଧାରାବାହିକକୁ ନେଇ ଗଭୀର ଗବେଷଣା କରାଯାଇଛି ।
• ଏ ଧାରାବାହିକ ନିର୍ମାଣ ୪କ/ଐଊ ଉଚ୍ଚ ଗୁଣବତ୍ତାରେ କରାଯାଇଛି ।
• ଏ ଧାରାବାହିକର ଆରମ୍ଭ ସେହି ସମୟରୁ ହୋଇଛି ଯେତେବେଳେ ୧୪୯୮ରେ ଭାସ୍କୋ-ଡା-ଗାମା ଭାରତ ମାଟିରେ ପାଦ ଥାପିଥିଲେ । ଏହାପରେ ପର୍ତ୍ତୁଗାଲ, ଫରାସୀ, ଡଚ ଏବଂ ଇଂରେଜମାନେ ଭାରତରେ ଉପନିବେଶ ପ୍ରତିଷ୍ଠା କରିବା ଲାଗି ପ୍ରୟାସ କରିଥିଲେ । ସେ ସମୟ ଠାରୁ ଆରମ୍ଭ କରି ଭାରତ ସ୍ୱାଧୀନ ହେବା ପର୍ୟ୍ୟନ୍ତ ସମୟର ସଂଘର୍ଷ ଏବଂ ଆମ ସ୍ୱାଧୀନତାର ନାୟକମାନଙ୍କ ଗୌରବ କଥା ଏ ଧାରାବାହିକରେ ପ୍ରଦର୍ଶିତ ହେବ ।
• ବିଶେଷ କଥା ହେଉଛି ଏହାର କାହାଣୀରେ କେବଳ ମଙ୍ଗଲ ପାଣ୍ଡେ, ରାଣୀ ଲକ୍ଷ୍ମୀବାଈ ଏବଂ ଭଗତ ସିଂହଙ୍କ ଭଳି ପରିଚିତ ନାୟକଙ୍କ କାହାଣୀ ସାମିଲ ନାହିଁ ବରଂ ଅନେକ ଅନାଲୋଚିତ ନାୟକନାୟିକଙ୍କୁ ନେଇ ପ୍ରସ୍ତୁତ ହୋଇଛି ଏହାର ବିଷୟବସ୍ତୁ । ରାଣୀ ଅବକ୍କା, ବକ୍ସି ଜଗବନ୍ଧୁ, ତିରୋତ ସିଂହ, ସିଦ୍ଧୋ କାହ୍ନୋ ମୁର୍ମୁ, ଶିବପ୍ପା ନାୟକ, କାହ୍ନୋ ଜୀ ଆଙ୍ଗ୍ରେ, ରାଣୀ ଗାଇଦିନ୍ଲୁ ଏବଂ ତିଲକା ମାଞ୍ଝୀଙ୍କ ଭଳି ବୀର ଯୋଦ୍ଧାଙ୍କ କାହାଣୀ ବର୍ଣ୍ଣିତ ହୋଇଛି ଯେଉଁମାନଙ୍କ ବଳିଦାନ ଅନାଲୋଚିତ-ବିସ୍ମୃତ ହୋଇ ରହିଯାଇଛି ।
• ଏ ଧାରାବାହିକରେ ରହିଛି ସ୍ୱାଧୀନତାର ଗୌରବ ଗାଥା । କେବଳ ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ଉଠିଥିବା ସ୍ୱରର କାହାଣୀ ନୁହେଁ ବରଂ ସୁନାର ଭାରତକୁ ଶୋଷଣ କରିଥିବା ଫରାସୀ, ଡଚ୍ ଓ ପର୍ତ୍ତୁଗାଲ ଉପନିବେଶବାଦର ଅନ୍ୟାୟ କାହାଣୀ ଏଥିରେ ବର୍ଣ୍ଣିତ । ଯେଉଁ ନାୟକମାନେ ଉପନିବେଶବାଦୀଙ୍କ ବିରୋଧରେ ବିଦ୍ରୋହ କରିଥିଲେ ସେମାନଙ୍କ ଅକୁହା କାହାଣୀ ଏ ଧାରାବାହିକ ମାଧ୍ୟମରେ ପହଞ୍ଚିବ ଦର୍ଶକଙ୍କ ନିକଟରେ ।
• ଏହା ବ୍ୟତୀତ ଡିଡି ନେଶନାଲରେ ଦେଖିବାକୁ ମିଳିବ ଚାରିଟି ନୂଆ ଧାରାବାହିକ । ମହିଳାଙ୍କ ସଶକ୍ତିକରଣ ଉପରେ ଆଧାରିତ ‘‘କର୍ପୋରେଟ୍ ସରପଞ୍ଚ’’ । ଦେଶ ପ୍ରେମ ଉପରେ ଆଧାରିତ ‘‘ୟେ ଦିଲ ମାଂଗେ ମୋର’’ ଏବଂ ‘‘ଜୟ ଭାରତୀ’’ ଦୂରଦର୍ଶନରେ ପ୍ରସାରିତ ହେବ । ‘‘ସ୍ୱରର ଏକଲବ୍ୟ’’ ଏକ ସଙ୍ଗୀତ ରିୟଲିଟୀ ଶୋ’ ଏବଂ ଏହା ବପ୍ପି ଲାହିରୀଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି । ଏସବୁ ଧାରାବାହିକ ଡିଡି ନେଶନାଲରେ ପ୍ରାଇମ ଟାଇମରେ ପ୍ରଦର୍ଶିତ ହେବ ।
• ‘‘ଷ୍ଟାର୍ଟ ଅପ୍ ଚାମ୍ପିଅନ୍ସ ୨.୦’’ରେ ୪୬ଟି ଜାତୀୟ ପୁରସ୍କାର ପ୍ରାପ୍ତ ଷ୍ଟାର୍ଟଅପ୍ର ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ପ୍ରତି ଶନିବାର ରାତି ୯ଟାରେ ଡିଡି ନ୍ୟୁଜରେ ଏବଂ ପ୍ରତି ରବିବାର ଦିନ ୧୨ଟାରେ ଡିଡି ନେଶନାଲରେ ଏ କାର୍ୟ୍ୟକ୍ରମ ପ୍ରସାରଣ କରାଯିବ । ଡିଡି ଇଣ୍ଡିଆରେ ଏହାର ଇଂରାଜୀ ସଂସ୍କରଣ ଶନିବାର ୧୦ଟା ବେଳେ ଦର୍ଶକମାନେ ଦେଖିବାକୁ ପାଇବେ ।

Leave A Reply

Your email address will not be published.