oom

ପାଟଣାଗଡ ଥାନାରେ ରାକ୍ଷୀ ବାନ୍ଧିଲେ ନାଇସ କିଡସ୍‌ ଇଣ୍ଟର୍‌ନ୍ୟାସନାଲ୍‌ ସ୍କୁଲର କୁନିକୁନି ଛାତ୍ରଛାତ୍ରୀ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ସକାଳ ୧୦ଟା ସମୟରେ ନାଇସ କିଡସ୍‌ ଇଣ୍ଟର୍‌ନ୍ୟାସନାଲ୍‌ ସ୍କୁଲର କୁନିକୁନି ଛାତ୍ରଛାତ୍ରୀମାନେ ପାଟଣାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତାଙ୍କୁ ଛାତ୍ରୀମାନେ ରାକ୍ଷୀ ବାନ୍ଧିଥିଲେ । ଶ୍ରୀ ଭୁକ୍ତା ଛାତ୍ରଛାତ୍ରୀମାନଙ୍କୁ ଆର୍ଶୀବାଦ ଦେବା ସହ ଚକୋଲେଟ ବଣ୍ଟନ କରିଥିଲେ ‌। ପରେ ପାଟଣାଗଡ଼ ଥାନାର ଏସ୍‌ଆଇ ବ୍ରଜକିଶୋର ପଣ୍ଡା, ଏସ ଆଇ ସୁଦର୍ଶନ ଦୋରାଙ୍କ ସହ ଅନ୍ୟ ପୋଲିସ କର୍ମଚାରୀମାନଙ୍କୁ ଛାତ୍ରୀମାନେ ରାକ୍ଷୀ ବାନ୍ଧିଥିଲେ । ଜନସାଧାରଣଙ୍କ ସୁରକ୍ଷାରେ ପୋଲିସ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତେଣୁ ଏହି ଅବସରରେ ପ୍ରତ୍ୟେକ ନିଜ ଭାଇମାନଙ୍କ ହାତରେ ଭଉଣୀ ରାକ୍ଷୀ ବାନ୍ଧି ତାଙ୍କ ରକ୍ଷା କରିବାକୁ ଭାଇଙ୍କଠାରୁ ଯେପରି ସୁରକ୍ଷାର ପ୍ରତିଶୃତି ପାଇଥାଏ ଠିକ୍ ସେହିପରି ପୋଲିସ ଅଧିକାରୀ ସହ ସମ୍ପର୍କ ଅତି ସୁଦୃଢ ଓ ବଳିଷ୍ଠ କରିବା ସହ ତାଙ୍କ ସୁରକ୍ଷା ଭିକ୍ଷା କରିଥିଲେ କୁନିକୁନି ଛାତ୍ରଛାତ୍ରୀ । କୁନିକୁନି ଛାତ୍ରୀମାନେ ବନ୍ଦାପନା ସହ ମିଠା ଖୁଆଇ ରାକ୍ଷୀ ବାନ୍ଧିଥିଲେ । ଏହି ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମରେ ସ୍କୁଲର ପ୍ରିନ୍ସପାଲ ଜ୍ୟୋର୍ତିମୟୀ ପାଣିଗ୍ରାହୀ, ଶିକ୍ଷୟିତ୍ରୀ ପୂଜା ଦରୁଆନ, ସାଗରିକାଦୀପ ଯାଦବ, ଜୁଲୁ ସାହୁଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.