oom

ଦେବାଳୟ ସୁରକ୍ଷା କମିଟିର ୫ ଦଫା ଦାବୀପତ୍ର ପ୍ରଦାନ

jsmm
  • ନୂଆଁଖାଇ ଉପଲକ୍ଷେ ମନ୍ଦିରମାନଙ୍କୁ ରଙ୍ଗ ଏବଂ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରାଯାଉ : ଦେବାଳୟ ସୁରକ୍ଷା କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ମା’ ସମଲେଶ୍ୱରୀ ମନ୍ଦିର ଓ ମା’ ପାଟଣେଶ୍ୱରୀ ମନ୍ଦିରର ସାଜସଜ୍ଜା, ରଙ୍ଗ ଦେବା ଏବଂ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରାଯାଉ ବୋଲି ଉପଜିଲ୍ଲାପାଳ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୋତ୍ତର ବଲାଙ୍ଗିର କାର୍ଯ୍ୟାଳୟକୁ ଯାଇ ଦେବାଳୟର ସୁରକ୍ଷା କମିଟି ଏବଂ କୋଶଳସେନାର କର୍ମକର୍ତ୍ତାମାନେ ୫ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ଦେବାଳୟ ସୁରକ୍ଷା କମିଟିର କହିବା ଅନୁସାରେ ସମଲେଶ୍ୱରୀ ମନ୍ଦିରର ଗମ୍ବୁଜରେ ଫାଟ ସୃଷ୍ଟି ହୋଇଛି । ବଲାଙ୍ଗିର ମା’ ପାଟଣେଶ୍ୱରୀଙ୍କ ଗମ୍ଭୀରା ଘରରେ ପାଣି ଝରୁଥିବା ବେଳେ ମା’ଙ୍କ ସିଂହାସନରେ ଫାଟ ସୃଷ୍ଟି ହେଲାଣି । ମା’ଙ୍କ ମୁକୁଟ ମଧ୍ୟ ଫାଟିଯାଇଛି । ଏହା ଏକ ଅଶୁଭ ସଂକେତ ବୋଲି ବଲାଙ୍ଗିର ଭକ୍ତମାନେ ସୂଚାଉଛନ୍ତି । ତେଣୁ ଜିଲ୍ଲାର ଜନସାଧାରଣଙ୍କ ଧର୍ମ ଭାବନା ଓ ପ୍ରାଚୀନ ସଂସ୍କୃତି ଓ ପରଂପରା ରକ୍ଷା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଉ ବୋଲି ଦାବୀ କରିଛନ୍ତି । ଦେବାଳୟର ସୁରକ୍ଷା କମିଟି ଏବଂ କୋଶଳସେନାର କର୍ମକର୍ତ୍ତାମାନଙ୍କ ଦ୍ୱାରା ଦିଆଯାଇଥିବା ୫ ଦଫା ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ମା’ ସମଲେଶ୍ୱରୀ ମନ୍ଦିର ଗର୍ଭଗୃହ ଓ ବେଢା ଚାରିପାର୍ଶ୍ଵରେ ଫାଟ ସୃଷ୍ଟି ହେଲାଣି । ନୂଆଁଖାଇ ପୂର୍ବରୁ ସମଲେଇ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର ସ୍ୱତନ୍ତ୍ର ଭାବରେ ରଙ୍ଗ ଏବଂ ସାଜସଜ୍ଜା କରାଯାଉ । ମା’ ପାଟଣେଶ୍ୱରୀ ମନ୍ଦିର ସିଂହାସନରେ ଏବେ ଫାଟ ସୃଷ୍ଟି ହେଉଛି, ମା’ ପାଟଣେଶ୍ୱରୀ ମନ୍ଦିରର ରୋଷେଇଶାଳା ନଥିବାରୁ ମନ୍ଦିର ପାର୍ଶ୍ଵରେ ରନ୍ଧା ହେଉଛି । ଅତି ଶୀଘ୍ର ରୋଷେଇ ଶାଳା ଓ ପାଣି ବ୍ୟବସ୍ଥା କରାଯାଉ । ଚାରିପାର୍ଶ୍ଵର ଝରକା କବାଟକୁ ଶୀଘ୍ର ବଦଳାଯାଉ । ମା’ ପାଟଣେଶ୍ୱରୀ ମନ୍ଦିର ନାଳି ବ୍ୟବସ୍ଥା ଓ ଜବର ଦଖଲ ଉଚ୍ଛେଦ କରାଯାଉ । ଏହି ଦାବୀପତ୍ର ପ୍ରଦାନ ସମୟରେ ବରିଷ୍ଠ ନାଗରିକ ମଂଚ ସଂପାଦକ ମନୋରଂଜନ ମିଶ୍ର, ଦେବାଳୟ ସୁରକ୍ଷା କମିଟିର ପ୍ରଶାନ୍ତ ମହାକୁର, ଶମ୍ଭୁ ପ୍ରସାଦ ଶତପଥି, ଯାଦବ ସମାଜ ସଭାପତି ପଙ୍କଜ ସେଲମା, କୋଶଲ ସେନାର ଇନ୍ଦ୍ରମଣି ସାହୁ, ଅଜିତ ପଟେଲ, ରାମଚନ୍ଦ୍ର ସାହୁ, ଆଶିଷ ମେହେର, ରାଜୁ ରଣା, ଶୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.